ନୂଆଦିଲ୍ଲୀ : ବିଶ୍ୱ ଚମ୍ପିୟାନ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କ ସଂଘର୍ଷର ମଧ୍ୟ ପ୍ରେରଣାଦାୟୀ କାହାଣୀ ରହିଛି। ରେଣୁକା ଠାକୁରଙ୍କର ମାଆ ସୁନୀତାଙ୍କର କହିବାନୁସାରେ, ତାଙ୍କ ଝିଅର ପିଲାଦିନେ କ୍ରିକେଟ୍ ପସନ୍ଦ ଥିଲା। ରେଣୁକା ନିଜ ଅଞ୍ଚଳର ପୁଅ ପିଲାଙ୍କ ସହ ଘରେ ନିର୍ମିତ କାଠର ବ୍ୟାଟ୍ ଓ କପଡାରେ ତିଆରି ବଲ୍ରେ କ୍ରିକେଟ୍ ଖେଳୁ ଥିଲେ। ସୁନୀତା ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଦିବଙ୍ଗତ ସ୍ୱାମୀ କ୍ରିକେଟ୍ ପ୍ରେମୀ ଥିଲେ। ସେ ଚାହୁଁଥିଲେ ଯେ, ରେଣୁକା ଏହି ଖେଳରେ ଦେଶର ନାମକୁ ଗୌରବ କରୁ।
୩ ବର୍ଷ ବୟସରେ ବାପାଙ୍କ ପରଲୋକ –
ମାଆ ସୁନୀତା ଫାଇନାଲ ପୂର୍ବରୁ ରେଣୁକାଙ୍କ ସହ କଥା ହୋଇ ଥିଲେ। ସେ ଝିଅକୁ କହିଥିଲେ ଯେ, ଆଜି ନିଜ ପାଇଁ ନୁହେଁ ବରଂ ଦେଶ ପାଇଁ ଖେଳ ଏବଂ ବିଶ୍ୱକପ୍ ଜିତ। ରେଣୁକା ଯେବେ ୩ ବର୍ଷର ଥିଲା , ସେତେବେଳେ ତାଙ୍କର ବାପା କେହର ସିଂହ ଠାକୁରଙ୍କର ପରଲୋକ ହୋଇ ଯାଇ ଥିଲା।
ବାପାଙ୍କ ଉଚ୍ଛା ଥିଲା ପିଲାଙ୍କ ମଧ୍ୟରେ କିଏ କ୍ରିକେଟର ହୁଅନ୍ତୁ –
ସୁନୀତା ଝିଅର ଉପଲବ୍ଧିରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋର ସ୍ୱାମୀ କ୍ରିକେଟ୍ ପ୍ରେମୀ ଥିଲେ ଏବଂ ତାଙ୍କର ଇଚ୍ଛା ଥିଲା ଯେ ତାଙ୍କର ପିଲାଙ୍କ ମଧ୍ୟରେ କେହି ଜଣେ ଖେଳକୁ ଯାଆନ୍ତୁ। ଆଜି ଯଦିଓ ସେ ଆମ ସହ ନାହାନ୍ତି , କିନ୍ତୁ ମୋ ଝିଅ ରେଣୁକା ତାଙ୍କ ସ୍ୱପ୍ନକୁ ପୂରା କରିଛନ୍ତି। ସୁନୀତା ଆହୁରି କହିଛନ୍ତି , ରେଣୁକାଙ୍କୁ ଆରମ୍ଭରୁ କ୍ରିକେଟ୍ ଖେଳିବାର ସଉକ ଥିଲା। ସେ ପିଲାଦିନରୁ ହିଁ ପୁଅଙ୍କ ସହ କ୍ରିକେଟ୍ ଖେଳୁ ଥିଲେ। ସେ ଯେବେ ସାନ ଥିଲେ ସେତେବେଳେ କପଡାରେ ବଲ ତିଆରି କରି କାଠ ବ୍ୟାଟ୍ରେ ଖେଳୁ ଥିଲେ।
ଦାଦା ତାଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ –
ମାଆ ସୁନୀତା କହିଛନ୍ତି ଯେ ରେଣୁକାଙ୍କ ଦାଦା ଝିଅର ପ୍ରତିଭାକୁ ଚିହ୍ନି ପାରିଥିଲେ ଏବଂ ତାଙ୍କୁ କ୍ରିକେଟ୍ରେ ଆଗକୁ ବଢିବାରେ ପ୍ରମୁଖ ଭୂମିକା ତୁଲାଇ ଥିଲେ। ସେ ରେଣୁକାଙ୍କୁ ଧର୍ମଶାଳା ସ୍ଥିତ କ୍ରିକେଟ୍ ଏକାଡେମୀରେ ଭର୍ତ୍ତି କରାଇଲେ ,ଯେଉଁଠାରୁ ଏହି ଦ୍ରୁତ ବୋଲରଙ୍କ କ୍ରିକେଟ୍ କ୍ୟାରିୟରର ଆରମ୍ଭ ହୋଇଥିଲା।
ଶିମଳା ଜିଲ୍ଲାର ରୋହଡୁ ତହସିଲର ପାରସା ଗାଁରେ ରହୁଥିବା ରେଣୁକା ଭାରତୀୟ ଟିମ୍ର ବିଶ୍ୱକପ୍ର ଟାଇଟଲ ଜିତିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ନଭି ମୁମ୍ୱାଇରେ ରବିବାର ଖେଳା ଯାଇଥିବା ଫାଇନାଲରେ ଯେବେ ବି ଦକ୍ଷିଣ ଆଫ୍ରିକାରର ୱିକେଟ୍ ଖସୁଥିଲା ରେଣୁକାଙ୍କ ପରିବାରର ସଦସ୍ୟ ଜୟ ଜୟକାର ଲଗାଉ ଥିଲେ। ରେଣୁକାଙ୍କ ପରିବାର ବିଶ୍ୱ କପ୍ରେ ବିଜୟର ଉତ୍ସବ ପାଳିବା ପାଇଁ ସୋମବାର ପୂରା ଗାଁକୁ ନିମନ୍ତ୍ରଣ ଦେଇଛନ୍ତି।
ଅନ୍ୟପଟେ ଦ୍ରୁତ ବୋଲର ରେଣୁକା ସିଂହ ଠାକୁର ୱାର୍ଲ୍ଡକପ୍ ଜିତିବାର ଶ୍ରେୟ ଟିମ୍ର ଏକତା ଓ ମହିଳା ପ୍ରିମିୟର ଲିଗ୍ (ଡବ୍ଲୟୁପିଏଲ)ର ଅନୁଭବକୁ ଦେଇଛନ୍ତି। ସେ କହିଛନ୍ତି ଟିମ୍ ଚାପରୁ ମୁକ୍ତ ହେବା ଶିଖି ଯାଇଛି। ଟିମ୍ର ବୋଲିଂରେ ଅନେକ ବିକଳ୍ପ ରହିଛି। ଏଥିରେ ଚାପ ଅଧିକ ହୋଇ ନଥାଏ। ଆମର ଫାଇନାଲର ଚାପ ବିଷୟରେ ଜଣାଥିଲା, ଏଥିପାଇଁ ଆମର ପ୍ରଦର୍ଶନ ଉପରେ ଖରାପ ପ୍ରଭାବ ପଡ଼ିନାହିଁ।




