କ’ଣ ପୁଟିନ ଆଲାସ୍କାରେ ଟ୍ରମ୍ପଙ୍କୁ ଭେଟିବା ପାଇଁ ନିଜର ଅବିକଳ ବ୍ୟକ୍ତି ପଠାଇଥିଲେ ? ଷଡ଼ଯନ୍ତ୍ର ନେଇ ବଢିଲା ଆଶଙ୍କା

କ’ଣ-ପୁଟିନ-ଆଲାସ୍କାରେ-ଟ୍ରମ୍ପଙ୍କୁ-ଭେଟିବା-ପାଇଁ-ନିଜର-ଅବିକଳ-ବ୍ୟକ୍ତି-ପଠାଇଥିଲେ-?-ଷଡ଼ଯନ୍ତ୍ର-ନେଇ-ବଢିଲା-ଆଶଙ୍କା

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଆମେରିକା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲାସ୍କାରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଥିଲେ। ତେବେ ଶିଖର ସମ୍ମିଳନୀରେ ପୁଟିନ ନିଜର ଏକ ଅବିକଳ ବ୍ୟକ୍ତିଙ୍କୁ ପଠାଇଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆ ୟୁଜର୍ସ ପୁଟିନଙ୍କ ରୂପ-ରଙ୍ଗ ଏବଂ ଚାଲିଚଳନ ଦେଖି ଏମିତି ଦାବି କରୁଛନ୍ତି। ୟୁଜର୍ସ କହିଛନ୍ତି, ଟ୍ରମ୍ପଙ୍କୁ ଆଲାସ୍କାରେ ଭେଟିଥିବା ବ୍ୟକ୍ତିଜଣକ ଗାଲ ପୂରି ଉଠିଥିବା ବେଳେ ଅଧିକ ଖୁସି ମିଜାଜ ଜଣା ପଡୁଥିଲେ। ତେଣୁ ପୁଟିନଙ୍କ ଅବିକଳ ବ୍ୟକ୍ତିଙ୍କୁ ନେଇ ଷଡ଼ଯନ୍ତ୍ର ହୋଇଥିବା କଳ୍ପନା ଜଳ୍ପନା ଲାଗି ରହିଛି।

ଅନେକ ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ ଆଲାସ୍କା ଗସ୍ତ କରିଥିବା ବ୍ୟକ୍ତି ପୁଟିନଙ୍କ ପରି ଭଲ ଦେଖାଯାଉ ନଥିଲେ ଏବଂ  ଅଧିକ ହସୁଥିଲେ”। ଜଣେ ବ୍ୟବହାରକାରୀ ଏକ୍ସରେ ରେ ଲେଖିଛନ୍ତି, ଗାଲଗୁଡ଼ିକ ବହୁତ ପୂରିବା ପରି ଦେଖା ଯାଉଥିବା ବେଳେ ସେ ବହୁତ ହସୁଥାନ୍ତି। ମନେ ହେଉଥିଲା ଯେମିତି ବ୍ୟକ୍ତି ଜଣକ ନିଜର ହସକୁ ରୋକିବାକୁ ଚେଷ୍ଟା କରୁଛନ୍ତି। 

Definite it was a Putin doubler. Look at the smooth forehead. Yesterday it was filled with wrinkles. pic.twitter.com/N26LahlWSi

— RjChicago1 (@RjChicago1) August 16, 2025

ଆଉ ଜଣେ କହିଛନ୍ତି, ବ୍ୟକ୍ତିଜଣକ ଅତ୍ୟଧିକ ଆନନ୍ଦିତ ଜଣା ପଡୁଥିଲେ। ପ୍ରକୃତରେ ପୁଟିନ ବହୁତ କମ୍ ଭାବପ୍ରବଣ। ତେଣୁ ଏବେ ଆଶଙ୍କା କରାଯାଉଛି ଯେ ପୁଟିନ ନିଜ ପାଇଁ ଏକ ବଡି ଡବଲ୍ ବ୍ୟବହାର କରି ଥାଇ ପାରନ୍ତି। ପ୍ରକୃତରେ, ୱିକିପିଡ଼ିଆରେ ଏକ ପୃଷ୍ଠା ଅଛି ଯାହାର ଶୀର୍ଷକ: ଭ୍ଲାଦିମିର ପୁଟିନର ଆଲଗେଡ୍ ଲୁକାକିସ୍। ୱିକି ଆର୍ଟିକିଲ୍ରେ କୁହାଯାଇଛି ଯେ ୭୨ ବର୍ଷୀୟ ରୁଷ ନେତାଙ୍କ ପରି ଦେଖାଯିବା ପାଇଁ ଅନେକ ଲୋକ ଏମିତି ବୋଧହୁଏ ଅସ୍ତ୍ରୋପଚାର କରାଇ ଥାଇପାରନ୍ତି। 

How do we know if this is the real Putin? He is never this animated. pic.twitter.com/29DRwpIkNG

— Marlene Robertson🇨🇦 (@marlene4719) August 15, 2025

ଜଣେ ବ୍ୟବହାରକାରୀ ଶରୀର ଭାଷା ଏବଂ ଗତିବିଧିକୁ ଦେଖି ଦାବି କରିଛନ୍ତି ଯେ ଏହା ପ୍ରକୃତ ପୁଟିନ ନୁହନ୍ତି। ସେହି ଶେଷ କିଛି ସେକେଣ୍ଡ ପୁଟିନ ସମ୍ପୂର୍ଣ୍ଣ ଚରିତ୍ରର ଓଲଟା ଦେଖାଯାଉଛି। ପ୍ରକୃତରେ ପୁଟିନଙ୍କୁ ବିଶ୍ୱ ମଞ୍ଚରେ ଏମିତି ଆବଭାବରେ ଦେଖିବାକୁ ମିଳି ନ ଥାଏ।  ଜଣେ ୟୁଜର କହିଛନ୍ତି ଆଶା କରୁଥିଲି ଯେ ଟ୍ରମ୍ପ ପ୍ରକୃତ ପୁଟିନଙ୍କୁ  ଭେଟିବେ। କିନ୍ତୁ ଭେଟିଥିବା ବ୍ୟକ୍ତି ବାସ୍ତବରେ ପୁଟିନ ନୁହନ୍ତି। 

ଏହି ବ୍ୟକ୍ତି ରେଡ କାର୍ପେଟରେ ବହୁତ ଦ୍ରୁତ ଗତିରେ ଚାଲିଥିଲେ, ତାଙ୍କ ପାଦରେ ସ୍ପ୍ରିଙ୍ଗ ଲାଗିଥିବା ପରି ମନେ ହେଉଥିଲା। ପୁଣି ଟ୍ରମ୍ପଙ୍କଠୁ ବହୁତ ଉଚ୍ଚ ଜଣା ପଡୁଥିଲେ ବୋଲି ସେଲ୍ଡନ୍ ମିଲର ନାମକ ବ୍ୟବହାରକାରୀ ଏହା ଲେଖିଛନ୍ତି। 

Scroll to Top