କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ
କଣ୍ଟେନର-ବାଇକ୍ ମୁହାଁମୁହିଁ ଧକ୍କା । ତିନି ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ଦୁର୍ଘଟଣା ପରେ କଣ୍ଟେନରରେ ଲାଗିଗଲା ନିଆଁ । ଜଳିଗଲା ଉଭୟ ଗାଡ଼ି । ସମ୍ବଲପୁର ଜମନକିରା ଥାନା ପିଠାମାରେନ ଠାରେ ଘଟିଛି ଦୁର୍ଘଟଣା ।
Published By: Ruby – Prameya-News7 Bureau | March 09, 2026 11:24 AM
NEWS7
କୁଚିଣ୍ଡା ୯।୩: କଣ୍ଟେନର-ବାଇକ୍ ମୁହାଁମୁହିଁ ଧକ୍କା । ତିନି ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ କଣ୍ଟେନରରେ ଲାଗିଲା ନିଆଁ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଏ ଖବର ବି ପଢ଼ନ୍ତୁ:- ବରଯାତ୍ରୀରେ ଆସିଥିଲେ ଦୁଇ ଭାଇ , ହଣାକଟାରେ ଜଣେ ମୃତ, ଆଉ ଜଣେ ଗୁରୁତର
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ପିଠାମାରେନ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍ରେ ୩ ଜଣ ଯୁବକ ଜମନକିରାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଛି । ବାଇକ୍ଟି କଣ୍ଟେନର ଭିତରେ ରହି ଯାଇଥିବା ବେଳେ ପ୍ରଥମେ ବାଇକ୍ ଓ ପରେ କଣ୍ଟେନରରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କଣ୍ଟେନରର ସମ୍ମୁଖ ଭାଗ ପୋଡିଯାଇଛି । ବାଇକ୍ଟି ସମ୍ପୂର୍ଣ୍ଣ ପୋଡିଯାଇଛି ।




