କଟକ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି, ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

କଟକ-ଜିଲ୍ଲାପାଳଙ୍କ-ଯୁଗ୍ମ-ଜନ-ଅଭିଯୋଗ-ଶୁଣାଣି,-ତୁରନ୍ତ-ସମାଧାନ-ପାଇଁ-ବିଭାଗୀୟ-ଅଧିକାରୀଙ୍କୁ-ନିର୍ଦ୍ଦେଶ

କଟକ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି, ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

Published By: Ruby – Prameya-News7 Bureau | November 10, 2025 04:00 PM

NEWS7

Cuttack

ବାଙ୍କୀ ୧୦୧୧: କଟକ ଜିଲ୍ଲା ଡମପଡା ବ୍ଲକରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସହ ବାଙ୍କୀ ଉପଖଣ୍ଡର ସମସ୍ତ ପ୍ରଶାସନିକ ଅଧିକାରୀ ଏହି ଶିବିରରେ ଉପସ୍ଥିତ ରହିଥିଲେ ।  ଡମପଡା ବ୍ଲକର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ।  ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି, ରାଜସ୍ଵ, ଫୌଜଦାରୀ, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ବିଭିନ୍ନ ସମସ୍ୟା ସମ୍ପର୍କୀତ ମୋଟ୍ ୫୫ଟି ଅଭିଯୋଗର ଜନଶୁଣାଣି ହୋଇଥିଲା । ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ।

Scroll to Top