କଟକ ଗସ୍ତ ସମୟରେ ଶିଖରପୁରରେ ବରା, ତରକାରି ଖାଇଲେ କେନ୍ଦ୍ରମନ୍ତ୍ରୀ

କଟକ-ଗସ୍ତ-ସମୟରେ-ଶିଖରପୁରରେ-ବରା,-ତରକାରି-ଖାଇଲେ-କେନ୍ଦ୍ରମନ୍ତ୍ରୀ

କଟକ: କଟକ ଗସ୍ତ ସମୟରେ ଶିଖରପୁରରେ ବରା, ତରକାରି ଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର। ଶିଖରପୁରର ଜଣାଶୁଣା ଜଳଖିଆ ଦୋକାନୀ ହାଡିବନ୍ଧୁଙ୍କ ଦୋକାନରେ ଜଳଖିଆ ଖାଇ ଦୋକାନିଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର। ଉଭୟ ଦୋକାନୀଙ୍କୁ ପାଖକୁ ଡାକି ବେଶ୍ କିଛି ସମୟ ଧର୍ମେନ୍ଦ୍ର କଥା ହୋଇଥିବାର ଦେଖିବାକୁ ମିଳିଥିଲା। ଦୋକାନୀ ମଧ୍ୟ ପାଖରେ ଧର୍ମେନ୍ଦ୍ରଙ୍କୁ ଦେଖି ବେଶ୍ ଖୁସି ହୋଇଥିଲେ।

ସୂଚନାଥାଉକି, ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ ଆୟୋଜିତ ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ଜୟନ୍ତୀରେ ଯୋଗ ଦେବାକୁ କଟକ ପହଞ୍ଚିଥିଲେ। ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ଡଃ ହରେକୃଷ୍ଣ ମହତାବ ଥିଲେ ଜଣେ ବିଚକ୍ଷଣ ରାଜନେତା,ସାମ୍ବାଦିକ, ସାରସ୍ୱତ ସାଧକ, ଇତିହାସ ଗବେଷକ ଏବଂ ଜଣେ ପ୍ରଚଣ୍ଡ ଦେଶଭକ୍ତ । ତାଙ୍କ ଦ୍ୱାରା ଲିଖିତ ଅନେକ ଲେଖା, ଆଜି ଦେଶର ନୀତି ନିର୍ଧାରଣ ପାଇଁ ସହାୟକ ହୋଇପାରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Scroll to Top