କଟକରେ ଦୁର୍ଗାପୂଜା ଭସାଣି ସମୟରେ ହିଂସା ଘଟଣା, କ୍ଷତିପୂରଣ ଦାବି କଲା AIPMM

କଟକରେ-ଦୁର୍ଗାପୂଜା-ଭସାଣି-ସମୟରେ-ହିଂସା-ଘଟଣା,-କ୍ଷତିପୂରଣ-ଦାବି-କଲା-aipmm

କଟକ: ଦୁର୍ଗାପୂଜା ଭସାଣି ସମୟରେ ଯେଉଁ ହିଂସା ହୋଇଥିଲା, ତା’ର କ୍ଷତିପୂରଣ ଦାବି କରିଛି AIPMM ସଂଗଠନ। ହିଂସା ପଛରେ ଯାହାବି କାରଣ ଥାଉ, ଏଥିରେ କିନ୍ତୁ ଅନେକ କ୍ଷୁଦ୍ର ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଯେଉଁମାନଙ୍କ ଭିତରେ ଅନେକ ମହିଳା କ୍ଷୁଦ୍ର ବ୍ୟବସାୟୀ ମଧ୍ୟ ଅଛନ୍ତି। ଏମାନେ ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନ ଜରିଆରେ ନିଜ ପରିବାର ପ୍ରତିପୋଷଣ କରୁଥିଲେ।

ହେଲେ ଗତ ୫ ତାରିଖ ଅପରାହ୍ନରେ ଅସଂଖ୍ୟ ଅସାମାଜିକ ବ୍ୟକ୍ତି ଦରଘା ବଜାର ଏବଂ ଗୌରୀଶଙ୍କର ପାର୍କ ନିକଟରେ ବ୍ୟାପକ ପୋଡ଼ାଜଳା କରିଥିଲେ। ଯେଉଁଥିରେ ଅନେକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।

ତେବେ ହିଂସାକାଣ୍ଡରେ ଏମାନଙ୍କର କୌଣସି ପ୍ରକାରର ସମ୍ପୃକ୍ତି ନଥିଲା। କିନ୍ତୁ ସବୁ କ୍ଷତି ଏମାନଙ୍କୁ ସହିବାକୁ ପଡ଼ିଛି। ତେଣୁ ରାଜ୍ୟ ସରକାର ଏହି କ୍ଷତିର ଭରଣା କରନ୍ତୁ ବୋଲି ସୋମବାର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି ସଂଗଠନ।

Scroll to Top