କଂଗ୍ରେସ ଆଣିଲା ସଙ୍ଗୀନ ଅଭିଯୋଗ, ବିଜେପି ସ୍କ୍ରିପ୍ଟ ଆଧାରରେ ପୋଲିସ କାମ କରୁଛି…
Published By : Prameya-News7 Bureau | August 19, 2025 IST

ଭୁବନେଶ୍ୱର ୧୯।୦୮ : ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ । ବଳଙ୍ଗା ଘଟଣାରେ ପୋଲିସ ଶାସକ ଦଳର ସ୍କ୍ରିପ୍ଟ ଆଧାରରେ କାର୍ଯ୍ୟ କରୁଛି । ଭାଇରାଲ ଭିଡିଓର ସ୍ପଷ୍ଟତା ଦିଆଯାଉ । ପୋଲିସ ସର୍ବସମ୍ମୁଖରେ ପ୍ରମାଣ ରଖୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ଜଣେ ବିଚାର ବିଭାଗୀୟ ଅଧିକାରୀ କିମ୍ବା ତଦନ୍ତକାରି ଅଧିକାରୀଙ୍କ ଉପସ୍ଥିତିରେ ହେବା କଥା। ହେଲେ ଏଠି ପୋଲିସ ଉପସ୍ଥିତିରେ ହୋଇଛି। ଏସପି କହୁଛନ୍ତି କାର୍ଯ୍ୟାନୁଷ୍ଠାନ କଥା କିନ୍ତୁ ଭିଡିଓ ସମ୍ପର୍କରେ କାହିଁକି କିଛି କହୁ ନାହାଁନ୍ତି। ଏହି ଭିଡିଓ କଣ ପୋଲିସ ସହମତିରେ କରାଯାଇଛି କି । ମୃତ୍ୟୁକାଳୀନ ଜମାନବନ୍ଦୀ କୋର୍ଟରେ ଗ୍ରହଣଯୋଗ୍ୟ। ପୂର୍ବରୁ ମଧ୍ୟ ଏହି ଘଟଣାରେ ଏସପି ବାରମ୍ବାର ନିଜର ବୟାନ ବଦଳାଇଛନ୍ତି। ଅପରାଧୀଙ୍କୁ ଧରିଛୁ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ତିନି ଚାରିଦିନ ମଧ୍ୟରେ ଧରିବୁ ବୋଲି କହିଥିଲେ । ହେଲେ ମୃତ୍ୟୁ ପରେ କହୁଛନ୍ତି ଏହି ଘଟଣାରେ କେହି ସମ୍ପୃକ୍ତ ନୁହଁନ୍ତି। ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଉଦ୍ୟମ ଚାଲିଛି । ପୁରୀ ଏସପି ବିଏନଏସ ଆଧାରରେ ତଦନ୍ତ କରୁଛନ୍ତି ନା ବିଜେପି ଦେଇଥିବା ସ୍କ୍ରିପ୍ଟ ଆଧାରରେ ତଦନ୍ତ କରୁଛନ୍ତି । ଭିଡିଓ ଭାଇରାଲ ପଛରେ ବିଜେପି ଓ ପୋଲିସର କଣ ସ୍ୱାର୍ଥ ଅଛି ବୋଲି ପ୍ରଶ୍ନ କରିଛି ଦଳ। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ପୋଲିସ ଏଭଳି କରୁଛି ବୋଲି ଆଶଙ୍କା ବ୍ୟକ୍ତ କରିଛି କଂଗ୍ରେସ।
ସମ୍ବନ୍ଧିତ ଖବର







