ଓଡ଼ିଶା ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ! ଦୁର୍ଗାପୁର ଘରୋଇ ମେଡିକାଲର ଘଟଣାକୁ ନେଇ ହଇଚଇ

ଓଡ଼ିଶା-ଛାତ୍ରୀଙ୍କୁ-ପଶ୍ଚିମବଙ୍ଗରେ-ଗଣଦୁଷ୍କର୍ମ-!-ଦୁର୍ଗାପୁର-ଘରୋଇ-ମେଡିକାଲର-ଘଟଣାକୁ-ନେଇ-ହଇଚଇ

ପଶ୍ଚିମବଙ୍ଗ ୧୧/୧୦: ଓଡ଼ିଶା ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୋଗ । ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲରେ ଅଘଟଣ । ଦ୍ବିତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଜଳେଶ୍ଵର ଅଞ୍ଚଳର ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ପୀଡ଼ିତା  ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ମହିଳା କମିଶନ ଟିମ୍ ବି ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ସେପଟେ ଆରଜି କର ମେଡିକାଲର ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । 

Durgapur, West Bengal | The victim’s father says, “At 10 PM, her friend called us and said that your daughter has been raped. We live in Jaleshwar. My daughter was studying here. Yesterday, one of her classmates took her out on the pretext of getting something to eat, but when… https://t.co/Rf1Z3KOXaA pic.twitter.com/6dcDP0Dviu

— ANI (@ANI) October 11, 2025

ସୂଚନା ଥାଉକି, ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ କ୍ୟାମ୍ପସ୍ ବାହାରକୁ ଯାଇଥିଲେ। କଲେଜ୍ ଗେଟ୍ ନିକଟରେ ୪ ରୁ ୫ ଜଣ ଅଜ୍ଞାତ ଲୋକ ତାଙ୍କୁ ଟାଣିନେଇ ହସ୍ପିଟାଲ ପଛପଟେ ଏକ ଶୂନଶାନ୍ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତା ଛାତ୍ରୀଙ୍କୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣାରେ ଏବେ ଦୁର୍ଗାପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

ସେପଟେ ମେଡିକାଲ କଲେଜର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ରାତି ୮ଟା ପରେ ହଷ୍ଟେଲ ଛାତ୍ରୀଙ୍କୁ କ୍ୟାମ୍ପସ୍ ବାହାରକୁ ଯିବାକୁ ଅନୁମତି ନଥିବା ବେଳେ ଛାତ୍ରୀ ଜଣଙ୍କ କିପରି ବାହାରକୁ ଗଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ​​​​​​​ପୀଡ଼ିତାଙ୍କ ପରିବାର ଲୋକେ ମେଡିକାଲ କଲେଜରେ ପହଞ୍ଚିଛନ୍ତି। ପୀଡ଼ିତା ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। 

Scroll to Top