ଭୁବନେଶ୍ୱର ୨୧।୦୨ : ଓଡ଼ିଶାକୁ ବାଲ୍ୟ ବିବାହ ଚିନ୍ତା । ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛି ରାଜ୍ୟର ୧୨ ଜିଲ୍ଲା। ଜାତୀୟ ହାର ୨୩.୩% ରହିଥିବା ବେଳେ ଓଡ଼ିଶାର ହାର ୨୦.୫% ରହିଛି। ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ।
ଏ ଖବର ବି ପଢନ୍ତୁ:-ପଞ୍ଚମ ଦିନରେ ବି ଗୃହ ଅଚଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ
ବିଧାୟକ ଅମର ନାୟକ ଓଡ଼ିଶାରେ ବାଲ୍ୟ ବିବାହ ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ନବରଙ୍ଗପୁରରେ ବାଲ୍ୟ ବିବାହ ହାର ୩୯.୪%, ନୟାଗଡରେ ୩୫.୭%, କୋରାପୁଟରେ ୩୫.୫%, ରାୟଗଡାରେ ୩୩.୨%, ମାଲକାନଗିରିରେ ୩୨.୪%, ମୟୁରଭଞ୍ଜରେ ୩୧.୩%, କେନ୍ଦୁଝରରେ ୨୯%, ଗଜପତିରେ ୨୮.୧%, ବାଲେଶ୍ୱରରେ ୨୬.୪%, ବୌଦ୍ଧରେ ୨୫.୩%, ଅନୁଗୋଳରେ ୨୫% ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି।
ବାଲ୍ୟ ବିବାହର ପାଞ୍ଚଟି ପ୍ରମୁଖ କାରଣ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେଗୁଡ଼ିକ ହେଲା…
ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା
ଲିଙ୍ଗଭିତ୍ତିକ ବିଷମତା
ଦାରିଦ୍ୟ
ସାମାଜିକ ଅସୁରକ୍ଷା
କିଶୋରୀମାନଙ୍କ ଶିକ୍ଷାର ଅଭାବ
ଏ ଖବର ବି ପଢନ୍ତୁ:- ପୂର୍ବତନ ଖେଳାଳିଙ୍କୁ ମଜାକ୍ ଉଡ଼ାଇଲେ ଶଦାବ ଖାନ, ଚେତାବନୀ ଦେଲା PCB




