Published By: Kirti – Prameya-News7 Bureau | September 23, 2025 02:08 PM
NEWS7
କଟକ ୨୩।୦୯ : ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା । ହାଇକୋର୍ଟରେ ଗିରଫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୨୫ ତାରିଖରେ ହେବ ଜାମିନ ଆବେଦନର ଶୁଣାଣି। ବୋର୍ଡ ଉପ-ସଭାପତି ନିହାର ମହାନ୍ତିଙ୍କ ସମେତ ମୋଟ ୭ ଜଣଙ୍କ ଶୁଣାଣି ଘୁଞ୍ଚିଲା। ସେହିପରି ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଆବେଦନ ଵି ୨୫କୁ ଘୁଞ୍ଚିଲା। ବାକି ଅନ୍ୟତମ ଅଭିଯୁକ୍ତ ଜୟନ୍ତ ରାଉତଙ୍କ ସହ ସମସ୍ତଙ୍କ ଏକା ସାଙ୍ଗେ ହେବ ଶୁଣାଣି।




