ଐତିହାସିକ ବିଜୟ ପାଇଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ, ବିରୋଧୀଙ୍କୁ ମିଳିଛି ଉଚିତ୍ ଜବାବ: ମୁଖ୍ୟମନ୍ତ୍ରୀ

ଐତିହାସିକ-ବିଜୟ-ପାଇଁ-ନୂଆପଡ଼ାବାସୀଙ୍କୁ-ଧନ୍ୟବାଦ,-ବିରୋଧୀଙ୍କୁ-ମିଳିଛି-ଉଚିତ୍-ଜବାବ:-ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ଆମେ ଐତିହାସିକ ମୁହୂର୍ତ୍ତରେ ପହଞ୍ଚି ସାରିଛେ। ଦେବ ଦୁର୍ଲ୍ଲଭ ପଦାଧିକାରୀ ମାନଙ୍କ ପାଇଁ ଆଜି ଆମର ଏ ବିଜୟ । ବିହାର ଓ ନୂଆପଡ଼ା ନିର୍ବାଚନରେ ଇତିହାସ ସୃଷ୍ଟି ହୋଇଛି । ନୂଆପଡ଼ା ବାସୀ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିଙ୍କୁ ସମର୍ଥନ ଦେଇଥିବାରୁ ତାଙ୍କ ପାଖରେ ମୁଁ ଋଣି। ରାଜନୈତିକ ମୋଡ ବଦଳାଇବାରେ ବଡ ଭୂମିକା ନେଇଛନ୍ତି ନୂଆପଡ଼ବାସୀ । ଓଡ଼ିଶା ରାଜନୀତିରେ ଏକ ନୂଆ ମୋଡ ନେବ । ବିକଶିତ ଓଡ଼ିଶା ବିକଶିତ ଭାରତ ଗଢିବାରେ ନିଜର ଭାଗୀଦାର ଦେଇଛନ୍ତି । ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ପରେ ନିଜ ସମ୍ବୋଧନରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ କହିଛନ୍ତି, ଲୋକଙ୍କ ସରକାରର ଗତ ୧୬ମାସ ଧରି ସ୍ୱଚ୍ଛ ଶାସନ ଓ ଓଡ଼ିଶାର ବିକାଶକୁ ତ୍ଵରାନ୍ଵିତ କରିବାରେ ସଫଳ ହୋଇଛନ୍ତି ଡବଲ ଇଞ୍ଜିନ ସରକାର । ଟ୍ରିପଲ୍ ଇଞ୍ଜିନ ସରକାର ଗଢ଼ିବା ପାଇଁ ଆମେ ଯେଉଁ ଆହ୍ବାନ ନୂଆପଡ଼ାବାସୀଙ୍କୁ ଦେଇଥିଲୁ ତାହାକୁ ସେମାନେ ଆଜି ପ୍ରମାଣିତ କରିଛନ୍ତି । ଆମ ସରକାରରେ ସୁଭଦ୍ରାରେ ମହିଳା ସଶକ୍ତି, ଚାଷୀଙ୍କୁ ଇଁନପୁଟ, ଭତା ୩୫୦୦ଟଙ୍କା କିମ୍ବା ମେକିନ ଓଡ଼ିଶାରେ ନିବେଶ ଆମ ଓଡ଼ିଶା ବଢିଲା । ସୁଦୂର ୫୫୦ କିମି ଦୂରରେ ରହିବି ଆମକୁ ବିଶ୍ୱାସକୁ ନେଇଛନ୍ତି । ବିକାଶ ହିଁ ବିଶ୍ୱାସ ଓ ବିକାଶର ନନ୍ଦିଘୋଷ ।

ବିଜୟର ଦୁଇଟି କାରଣ ରହିଛି । ରାଜ୍ୟ ସରକାରଙ୍କ ବିକାଶର ଏଜେଣ୍ଡା ସହ ଆଉ ଗୋଟେ ୨୧ଟି ନିର୍ବାଚନ ଏଜେଣ୍ଡା ହିଁ ବିଜୟ ଦେଇଛି। ଯାହା ପାଇଁ ଆଜି ଆମକୁ ନୂଆପଡ଼ାବାସୀ ତାର ସାର୍ଟିଫିକେଟ୍ ଦେଲେ । ବିଜେଡିରୁ ମନ୍ତ୍ରୀ ଓ ବିଧାୟକ ହୋଇଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ। ନିର୍ବାଚନରେ ବିଜେଡ଼ିର ପ୍ରସଙ୍ଗ କିଛି ନଥିଲା । କଣ କରି ଆମ ସରକାରଙ୍କ ବିରୋଧରେ ପ୍ରଚାର କରିବେ । ବିଜେଡି ସରକାରରେ ମନ୍ତ୍ରୀ ଥାଇ ବି କାର୍ଯ୍ୟ କରୁ ପାରୁନଥିଲେ ସ୍ବର୍ଗତ ରାଜେନ୍ଦ୍ର। ଯାହାକୁ ବୁଝି ପାରିଥିଲେ ରାଜେନ୍ଦ୍ର ଢୋଲକିଆଙ୍କ ପରିବାର ସେଥିପାଇଁ ବିଜେପିରେ ସାମିଲ ହେଲେ । ସ୍ବର୍ଗତ ରାଜେନ୍ଦ୍ର ପରିବାର ପ୍ରତି ବିଜେଡି କୁଠାର ଘାତ କଲେ । ବେଇମାନର ଆଖ୍ୟା ଦେଲେ । କିନ୍ତୁ ପ୍ରକୃତରେ କିଏ ବେଇମାନ ଆଜି ତାହା ନୂଆପଡ଼ା ବାସୀ ଦେଖାଇ ଦେଲେ ।

ମୋହନ ମାଝୀ କହିଛନ୍ତି, ଆଜି ବିଜେଡି ମୁଖିଆ ଥରେ ନିଜକୁ ପଚାରନ୍ତୁ କେତେବେଳେ କାହା ସହ ବେଇମାନ କରିଛନ୍ତି। କେବଳ କ୍ଷମତା ପାଇଁ ନୁହେଁ ଲୋକଙ୍କ ସେବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ଆମ ସରକାର । ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଯାହା ଦାୟିତ୍ଵ ଦିଆଗଲା ତାହା ସଠିକ ଭାବରେ ତୁଲାଇବା ସହ ଯାହାଙ୍କୁ ଦାୟିତ୍ଵ ଦିଆ ଯାଇନଥିଲା ସେ ବି ଯାଇ ସେଠାରେ କାର୍ଯ୍ୟ କଲେ। ଯାହା ଆଜି ବିଜୟ ହାସଲ ଦେଇଛନ୍ତି। ପ୍ରତି ଜିଲ୍ଲାକୁ ଗଲା ଭଳି ନୂଆପଡ଼ା ଯାଇଥିଲି ଜିଲ୍ଲା ମହୋତ୍ସବ ପାଇଁ କିନ୍ତୁ ଜାଣି ନଥିଲି ଏମିତି ହେବ । ଭୁବନେଶ୍ୱର ଠାରୁ ବହୁଦୂରରେ ନୂଆପଡ଼ା । ଗଲା ୨୪ବର୍ଷରେ ନବୀନ ପଟ୍ଟନାୟକ ସରକାରରେ କିଛି ହୋଇ ନାହିଁ । ବହୁତ କଠିନ ଥିବା ସତ୍ତ୍ଵେ ମୁଁ ସୁନାବେଡ଼ାରେ ପହଞ୍ଚି ଲୋକଙ୍କ ସହ ମିଶି ପାରି ତାଙ୍କ ଦୁଃଖ ବୁଝି ପାରିଲି।

ବିଜେପି ସରକାରରେ ହିଁ ନୂଆପଡ଼ାର ବିକାଶ ହେବ ବୋଲି ବୁଝି ପାରିଛନ୍ତି ନୂଆପଡ଼ାବାସୀ । ଆମ ଦଳ ରାଜନୈତିକ ଦଳ ଖାଲି ନୁହେଁ ଆମ ଦଳ ସେବା କରିବାର ଦଳ । ନାହିଁ ଲୋକ କି ନାହିଁ ନିଜର କିଛି ଖାଲି ଅଛି ଯଦି ସେବା କରିବାର ମନୋଭାବ । ବିହାରର ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ଜେପି ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଉଛି। ତାଙ୍କ ନେତୃତ୍ୱରେ ପରାକାଷ୍ଠା ଦେଖାଇ ଗୋଟେ ବଡ ବିଜୟ ହାସଲ କରାଇଛି ଏନଡିଏକୁ। ପ୍ରଧାନମନ୍ତ୍ରୀ କେବଳ ଦେଶର ନୁହେଁ ସାରା ବିଶ୍ଵର ବିକାଶ ପୁରୁଷ।

Scroll to Top