ଏହି ରାଜ୍ୟରେ ଗାଁ’ ଲୋକଙ୍କ ପାଇଁ ବଡ ଉପହାର ! ଗାଈ ଚରାଇଲେ ସରକାର ଦେବେ ମାସିକ ଦରମା
ରାଜସ୍ଥାନର ଭଜନ ଲାଲ ସରକାରଙ୍କ ଶିକ୍ଷା ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ମଦନ ଦିଲାୱର ଗୋରୁ ସୁରକ୍ଷା ପାଇଁ “ଗାଁ ଗ୍ୱାଲା ଯୋଜନା” ନାମରେ ଏକ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁଯାୟୀ, ଗାଁରେ ଗାଈ ଚରାଉଥିବା ଲୋକମାନଙ୍କୁ ଏବେ ପ୍ରତି ମାସରେ ୧୦ ହଜାର ଟଙ୍କା ଦିଆଯିବ।
Published By: Simran – Prameya-News7 Bureau | February 27, 2026 09:15 AM
NEWS7
ନୂଆଦିଲ୍ଲୀ ୨୭। ୦୨; ରାଜସ୍ଥାନ ସରକାର ‘ଗାଓଁ ଗ୍ୱାଲା ୟୋଜନା’ ଆରମ୍ଭ କରିଛନ୍ତି । ଏହି ଯୋଜନା ଅନୁସାରେ, ଗାଁରେ ଗାଈ ଚରାଇବା ପାଇଁ ଲୋକଙ୍କୁ ଚାକିରି ଦିଆଯାଉଛି । କୋଟା ଜିଲ୍ଲାର ଖେଡ଼ଲି ଗାଁରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ୧୪ ଗାଁରେ ଜଣେ ଜଣେ ଗୋପାଳକଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କୁ ପ୍ରତି ମାସ ୧୦ ହଜାର ଟଙ୍କା ଦରମା ଦିଆଯିବ ।
ଏହି ଗାଈ ଚରାଳି ପ୍ରତ୍ୟେକ ସକାଳେ ଗାଁର ସମସ୍ତ ଗାଈଙ୍କୁ ଏକତ୍ର କରିବେ । ଗାଈ ଚରାଇବାକୁ ନେବେ ଏବଂ ସେମାନଙ୍କର ଯତ୍ନ ନେବେ । ପ୍ରାୟ ୭୦ ଗାଈ ପାଇଁ ଜଣେ ଗାଈ ଚରାଳିଙ୍କୁ ନିଯୁକ୍ତ କରାଯିବ । ଯଦି କୌଣସି ଗାଁରେ ଗାଈ ସଂଖ୍ୟା ଅଧିକ ହେବ, ସେଠାରେ ୨-୩ ଜଣଙ୍କୁ ନିଯୁକ୍ତି ଦିଆଯିବ । ଗ୍ରାମବାସୀ ଏମାନଙ୍କୁ ଦରମା ଦେବେ । ସରକାରଙ୍କ କହିବା ଅନୁସାରେ, ଏହା ଦ୍ୱାରା ଗାଈଙ୍କର ଭଲରେ ଯତ୍ନ ନିଆଯାଇ ପାରିବ । ରାସ୍ତାରେ ବୁଲୁଥିବା ଗାଈଙ୍କ ସମସ୍ୟା କମିବ । ସବୁଠୁ ବଡ଼ କଥା, ଗାଁରେ ଲୋକଙ୍କୁ ରୋଜଗାର ମିଳିବ ।
ଅଧିକ ପଢନ୍ତୁ- ଡ୍ରାଇଭିଂ ଲାଇସେନ୍ସରେ ଦିଆଯିବ ନମ୍ବର : ନିୟମ ନମାନିଲେ କଟିଯିବ ପଏଣ୍ଟ୍, ବାତିଲ ହେବ DL




