ଏହି ଦେଶରେ ରବିବାର କାମ କରିବା ବେଆଇନ, ଆଇନ ଭଙ୍ଗ କଲେ ଆପଣ….

ଏହି-ଦେଶରେ-ରବିବାର-କାମ-କରିବା-ବେଆଇନ,-ଆଇନ-ଭଙ୍ଗ-କଲେ-ଆପଣ….

ଏହି ଦେଶରେ ରବିବାର କାମ କରିବା ବେଆଇନ, ଆଇନ ଭଙ୍ଗ କଲେ ଆପଣ….

ବିଶ୍ବର ଅଧିକାଂଶ ଦେଶରେ ରବିବାର ସପ୍ତାହନ୍ତ ଛୁଟି ।କିନ୍ତୁ ଏହି ଦେଶରେ ଆଇନ ଅନୁସାରେ ରବିବାର କାମ କରିବା ବେଆଇନ । ଦେଶର ନାଁ ଟୋଙ୍ଗା । ପ୍ରଶାନ୍ତ ମହାସାଗରରେ ଥିବା ଏକ ଛୋଟ ଦ୍ବୀପ ରାଷ୍ଟ୍ର ।

Published By: Suvra – Prameya-News7 Bureau | February 05, 2026 06:11 PM

NEWS7

Tonga country

ନୂଆଦିଲ୍ଲୀ ୦୫/୦୨: ବିଶ୍ବର ଅଧିକାଂଶ ଦେଶରେ ରବିବାର ସପ୍ତାହନ୍ତ ଛୁଟିକିନ୍ତୁ ଏହି ଦେଶରେ ଆଇନ ଅନୁସାରେ ରବିବାର କାମ କରିବା ବେଆଇନ । ଦେଶର ନାଁ ଟୋଙ୍ଗା । ପ୍ରଶାନ୍ତ ମହାସାଗରରେ ଥିବା ଏକ ଛୋଟ ଦ୍ବୀପ ରାଷ୍ଟ୍ର । ଟୋଙ୍ଗା ବିଶ୍ବର ଏକମାତ୍ର ଦେଶ ଯେଉଁଠାରେ ଆଇନ ଅନୁଯାୟୀ ରବିବାର ଦିନ ସବୁକିଛି ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯାଏ ।ଏହି ନିୟମ କେବଳ ସରକାରୀ ନିଷ୍ପତ୍ତି ନୁହେଁ । ଏହା ସିଧାସଳଖ ସମ୍ବିଧାନରେ ଲେଖାଯାଇଛି ।ଟୋଙ୍ଗାର ସମ୍ବିଧାନରେ ଧାରା ୬ ଅନୁଯାୟୀ ରବିବାରକୁ ପବିତ୍ର ବିଶ୍ରାମବାର ଭାବରେ ବିବେଚନା କରାଯାଏ । ଦେଶର ପ୍ରତିଟି ରବିବାର ସକାଳ ହେବା ମାତ୍ରେ ଏକ ଅଲଗା ପ୍ରକାର ନିରବତା ଖେଳିଯାଏ । ରାସ୍ତାଘାଟ ଶୁନଶାନ ହୋଇଯାଏ । ଏହି ଦିନ କାହାକୁ ବ୍ୟବସାୟ, ବୃତ୍ତିଗତ କାର୍ଯ୍ୟ କିମ୍ବା କୌଣସି ପ୍ରକାର ବାଣିଜ୍ୟିକ କାର୍ଯ୍ୟକୁ ଅନୁମତି ନାହିଁ ।ରବିବାର ଦିନ ଦୋକାନ,କାର୍ଯ୍ୟାଳୟ ବଜାର ଏବଂ ନିର୍ମାଣ ସ୍ଥାନ ବନ୍ଦ ରହିଥାଏ ।ରାସ୍ତା କଡରେ ଥିବା ଛୋଟ ଦୋକାନୀଙ୍କୁ ମଧ୍ୟ କାମ କରିବାକୁ ଅନୁମତି ମିଳେନି ।ଯେକୌଣସି ପ୍ରକାର ଶାରିରୀକ କିମ୍ବା ବୃତ୍ତିଗତ ଶ୍ରମ କଡାକଡି ନିଷେଧ ।ଟୋଙ୍ଗାକୁ ପ୍ରକୃତରେ ଅନନ୍ୟ କରୁଥିବା ଆଉ ଗୋଟିଏ କଥା ହେଉଛି ରବିବାର ବିମାନ ବନ୍ଦର ଓ ସମୁଦ୍ର ପଥ ମଧ୍ୟ ବନ୍ଦ ରହିଥାଏ । ଏଠି ଆଇନ ଭଙ୍ଗ କରିବା ଏକ ଅପରାଧ ।ନିୟମ ଉଲ୍ଲଂଘନକାରୀଙ୍କୁ ମୋଟା ରକମର ଜରିମାନା ଦେବାକୁ ହୁଏ ନଚେତ ଜେଲ୍‌ ଯିବାକୁ ପଡିପାରେ । କିନ୍ତୁ ଏସବୁ ଭିତରେ ଚର୍ଚ୍ଚର ଘଣ୍ଟି ସବୁ ନୀରବତାକୁ ଭଙ୍ଗ କରେ । କାହିଁକିନା ସବୁ ବନ୍ଦ ଭିତରେ ସହରର ଚର୍ଚ୍ଚ ଖୋଲିବାକୁ ଥାଏ ଅନୁମତି ।ଟୋଙ୍ଗାନ ଆଇନ ଅନୁଯାୟୀ ରବିବାର କେବଳ ହସ୍‌ପିଟାଲ ପୋଲିସ ବିଭାଗ  କାମ କରିପାରିବେ । ପର୍ଯ୍ୟଟକଙ୍କୁ ସେବା ଯୋଗାଇ ଦେଉଥିବା ହୋଟେଲ ଏବଂ ରେଷ୍ଟୁରାଣ୍ଟ ପାଇଁ ମଧ୍ୟ ଛାଡ ଅଛି । କାହିଁକି ନା ଟୋଙ୍ଗା ବାସିନ୍ଦା ଚର୍ଚ୍ଚରୁ ଆସି ବାହାରକୁ ଖାଇବାକୁ ଯିବାକୁ ପସନ୍ଦ କରନ୍ତି । ରବିବାର  ପୂଜା ଓ ବିଶ୍ରାମର ଦିନ  ବୋଲି ସେମାନଙ୍କର ବିଶ୍ବାସ ରହିଛି ।

Scroll to Top