ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗାଳ ଥିଲେ ଗୋବିନ୍ଦା, ସୁନୀତାଙ୍କ ସହ ଭାଙ୍ଗି ଦେଇଥିଲେ ନିର୍ବନ୍ଧ

ଏହି-ଅଭିନେତ୍ରୀଙ୍କ-ପ୍ରେମରେ-ପାଗାଳ-ଥିଲେ-ଗୋବିନ୍ଦା,-ସୁନୀତାଙ୍କ-ସହ-ଭାଙ୍ଗି-ଦେଇଥିଲେ-ନିର୍ବନ୍ଧ

ମୁମ୍ଵାଇ ୨୪।୦୮; ବଲିଉଡର ‘ହିରୋ ନମ୍ବର 1’ ଗୋବିନ୍ଦା । ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ଜୀବନରେ ବହୁତ ଦିନ ଧରି ଅଶାନ୍ତି ଲାଗି ରହିଛି। କିଛି ଦିନ ପୂର୍ବରୁ ଉଭୟଙ୍କ ଛାଡପତ୍ର ଖବର ଆସିଥିଲା। ସେହି ସମୟରେ, ଏପରି ଖବର ପୁଣି ଥରେ ଶିରୋନାମାରେ ଅଛି। ହେଲେ ଗୋବିନ୍ଦାଙ୍କ ଓକିଲ ଏପରି ଖବରକୁ ଖଣ୍ଡନ କରି କହିଛନ୍ତି ଯେ ଗୋବିନ୍ଦା ଏବଂ ସୁନୀତା ଛାଡପତ୍ର ନେବେ ନାହିଁ।

ଓକିଲ ଏବଂ ଫିଲ୍ମ ନିର୍ମାତା ପହଲାଜଙ୍କ ବୟାନ ପରେ, ଗୋବିନ୍ଦାଙ୍କ ପ୍ରଶଂସକମାନେ ଆଶ୍ୱସ୍ତିର ସହ ନିଶ୍ୱାସ ନେଇଛନ୍ତି। ହେଲେ ପ୍ରତ୍ୟେକ ଦମ୍ପତିଙ୍କ ପରି, ଗୋବିନ୍ଦା ଏବଂ ସୁନୀତାଙ୍କ ସମ୍ପର୍କରେ ମଧ୍ୟ ଉତ୍ଥାନ-ପତନ ଆସିଛି। ଯେତେବେଳେ ଗୋବିନ୍ଦା ଏବଂ ସୁନୀତା ନିର୍ବନ୍ଧ କରିଥିଲେ ମଧ୍ୟ ଅଭିନେତା ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ ଏବଂ ସେ ଅଭିନେତ୍ରୀଙ୍କୁ ବିବାହ କରିବା ପାଇଁ ସୁନୀତାଙ୍କ ସହ ତାଙ୍କ ନିର୍ବନ୍ଧ ଭାଙ୍ଗି ଦେଇଥିଲେ।

କାହା ପ୍ରେମରେ ପାଗଳ ଥିଲେ ଗୋବିନ୍ଦା?

ସମସ୍ତେ ଜାଣନ୍ତି ଯେ ଗୋବିନ୍ଦା ଯେଉଁ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ ସେ ଆଉ କେହି ନୁହେଁ ବରଂ ନୀଲମ କୋଠାରୀ। ଗୋବିନ୍ଦା ତାଙ୍କ ବଲିଉଡ କ୍ୟାରିୟରର ପ୍ରାରମ୍ଭିକ ଦିନଗୁଡ଼ିକରେ ଅଭିନେତ୍ରୀ ନୀଲମ କୋଠାରୀଙ୍କ ସହ ସମ୍ପର୍କରେ ଥିଲେ। ୧୯୯୦ ମସିହାରେ ସେ ନିଜେ ଷ୍ଟାରଡଷ୍ଟ ମାଗାଜିନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଏହା ସ୍ୱୀକାର କରିଥିଲେ। ଅଭିନେତା କହିଥିଲେ, “ମୁଁ ତାଙ୍କୁ ଯେତେ ଅଧିକ ଜାଣିଲି, ମୁଁ ତାଙ୍କୁ ସେତେ ଅଧିକ ପସନ୍ଦ କଲି। ସେ ଏପରି ଜଣେ ମହିଳା ଥିଲେ ଯାହା ପ୍ରତି ଯେକୌଣସି ପୁରୁଷ ତାଙ୍କର ହୃଦୟ ହରାଇ ପାରନ୍ତି। ମୁଁ ମୋର ହୃଦୟ ହରାଇଥିଲି।

ଯେତେବେଳେ ଗୋବିନ୍ଦା ସୁନିତାଙ୍କ ସହ ନିର୍ବନ୍ଧ କରିଥିଲେ, ସେ ମଧ୍ୟ ନୀଲମଙ୍କ ସହ ସମ୍ପର୍କରେ ଥିଲେ। ସେ ନୀଲମଙ୍କୁ ତାଙ୍କ ନିର୍ବନ୍ଧ କଥାକୁ ଲୁଚାଇ ରଖିଥିଲେ। ଅଭିନେତା ନୀଲମଙ୍କୁ ବିବାହ କରିବା ପାଇଁ ସୁନିତାଙ୍କ ସହ ତାଙ୍କର ନିର୍ବନ୍ଧ ଭାଙ୍ଗି ଦେଇଥିଲେ। କିନ୍ତୁ, ପରେ ସେ ସୁନିତାଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ୩୮ ବର୍ଷ ଧରି ବିବାହିତ ଅଛନ୍ତି। ଉଭୟ ୧୯୮୭ ମସିହାରେ ବିବାହ କରିଥିଲେ। ବର୍ତ୍ତମାନ ଉଭୟ ଦୁଇଟି ସନ୍ତାନର ପିତାମାତା। ଏହି ଦମ୍ପତିଙ୍କ ଗୋଟିଏ ଝିଅ ଟିନା ଆହୁଜା ଏବଂ ଗୋଟିଏ ପୁଅ ଯଶବର୍ଦ୍ଧନ ଆହୁଜା ।

Scroll to Top