ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା, ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ପୃଷ୍ଟି-ସୁରେଶ ଚନ୍ଦ୍ର ନାୟକ
Published By: Kirti – Prameya-News7 Bureau | November 04, 2025 02:49 PM
NEWS7
ବ୍ରହ୍ମପୁର ୦୪।୧୧ : ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍ଲାବ୍ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକଙ୍କୁ ରିମାଣ୍ଡରେ ନେବ ପୋଲିସ । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ହେଲେ ମାନ୍ୟବର ବ୍ରହ୍ମପୁର ଜେଏମ୍ଏଫ୍ସି ଗ୍ରାମାଞ୍ଚଳ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।
ଖବର ଅନୁଯାୟୀ, ଶନିବାର ଦିନ ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ରାକେଟ୍ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିକୁ କ୍ରାଇମ୍ବ୍ରାଞ୍ଚ୍ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରାଯାଇଥିଲା । ସୋମବାର ଦିନ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାସହ ସିଲିକନ୍ ଟେକ୍ଲାବ୍ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକକୁ ବି ବ୍ରହ୍ମପୁର ଜେଏମ୍ଏଫ୍ସି (ଗ୍ରାମାଞ୍ଚଳ)ରେ ସନ୍ଧ୍ୟାରେ ହାଜର କରାଯାଇଥିଲା। ଶଙ୍କରର ଓକିଲ ଅନୀଲ କୁମାର ପଣ୍ଡା ଜାମିନ୍ ଆବେଦନ କରିଥିଲେ। କୋର୍ଟ ଜାମିନ୍ ନାମଞ୍ଜୁର କରିବା ସହ ବ୍ରହ୍ମପୁର ଜେଲ୍କୁ ପଠାଇ ଦେଇଥିଲେ।




