ଏସିଆ କପ୍ କ୍ରିକେଟ୍: ଘୋଷଣା ହେବ ଭାରତୀୟ ସ୍କ୍ୱାର୍ଡ
Published By : Prameya-News7 Bureau | August 19, 2025 IST

ନୂଆଦିଲ୍ଲୀ ୧୯/୦୮: ଆଗାମୀ ଏସିଆ କପ୍ କ୍ରିକେଟ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯିବ। ଅଜିତ ଅଗରକରଙ୍କ ଅଧ୍ୟକ୍ଷତା ଚୟନ କମିଟି ମୁମ୍ବାଇ ଠାରେ ଦଳ ଚୟନ କରିବେ । ଭାରତୀୟ ଟି-ଟ୍ବେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସୂର୍ଯ୍ୟକୁମାରଙ୍କ ଫିଟନେସ୍ ଉପରେ ମଧ୍ୟ ଜାତୀୟ କ୍ରିକେଟ୍ ଏକାଡେମୀ ରିପୋର୍ଟ ପ୍ରଦାନ କରିବ। ଏଥର ଏସିଆ କପ୍ ଟି-ଟ୍ବେଣ୍ଟିି ଫର୍ମାଟ୍ ରେ ଆୟୋଜନ କରାଯାଉଥିବାରୁ ୧୫ଜଣିଆ ଦଳ ପ୍ରସ୍ତୁତ କରିବା ଚୟନ କମିଟି ପାଇଁ ଅଗ୍ନି ପରୀକ୍ଷା ସଦୃଶ ହେବ । ୧୫ଜଣିଆ ଦଳରୁ ପାଖାପାଖ ୧୧ଟି ସ୍ଥାନ ନିଶ୍ଚିତ ହୋଇ ସାରିଛି।
ବାକି ୪ଟି ସ୍ଥାନ ପାଇଁ ବହୁ ପାଇଁ ବହୁ ଦାବିବାର ରହିଛନ୍ତି। ତୃତୀୟ ଓପନର୍ ସ୍ଥାନ ପାଇଁ ଯଶସ୍ବୀ ଜୈସ୍ବାଲ ଓ ଶୁଭମନ ଗିଲ୍ ଙ୍କ ମଧ୍ୟେ ପ୍ରତିଦ୍ବନ୍ଦ୍ବିତା ହେବ । ସେହିପରି ଟି-ଟ୍ବେଣ୍ଟି ଦଳରେ ତୃତୀୟ ସ୍ଥାନରେ ତିଲକ ବର୍ମାଙ୍କୁ ଚାଲେଞ୍ଜ ଦେବେ ଶ୍ରେୟସ୍ ଆୟର ।
ସମ୍ବନ୍ଧିତ ଖବର







