ଏମିତି ନିଷ୍ପତ୍ତି କାହିଁକି ? ସ୍ତ୍ରୀକୁ ହତ୍ୟା କଲା, ନିଜେ ବିଷ ପିଇଦେଲା…
ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା ଉଦ୍ୟମ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
Published By: Kirti – Prameya-News7 Bureau | March 31, 2026 11:04 AM
NEWS7
କଳାହାଣ୍ଡି ୩୧।୦୩ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ା ଥାନା ଏସ୍ କୁଣ୍ଡାମାଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା ଉଦ୍ୟମ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହାସହ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
ଖବର ଅନୁଯାୟୀ, ଜୁନାଗଡ଼ ଥାନା ଏସ କୁଣ୍ଡାମାଲ ଗାଁରୁ ଆସିଛି ଅଭାବନୀୟ ଘଟଣା । ଯେଉଁଠାରେ ଜଣେ ପୁରୁଷ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ହତ୍ୟା ପରେ ସ୍ତ୍ରୀକୁ କେନାଲରେ ଫିଙ୍ଗି ଦେଇଥିବା ବେଳେ ନିଜେ କେନାଲ ହୁଡ଼ାରେ ବସି ବିଷ ପିଇଦେଇଥିଲା ।
Also Read:-House Burnt: ଧାର୍ ଟଙ୍କା ଦେଲାନି ଶାଳୀ, ରାଗିଗଲା ଭିଣୋଇ
ଅନ୍ୟପଟେ ବର୍ତ୍ତମାନ ଯାଏଁ ହତ୍ୟା ଏବଂ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସ୍ୱାମୀକୁ ଗୁରୁତର ଅବସ୍ଥାରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜୁନାଗଡ଼ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଯାଏଁ ସ୍ତ୍ରୀର ମୃତଦେହ ପୋଲିସକୁ ମିଳିନାହିଁ ।




