ଏମକେସିଜି ଜରୁରୀକାଳୀନ ବିଭାଗରେ ବିକ୍ରମ ପଣ୍ଡା, ପେଟ ଓ ଛାତିରେ ପ୍ରବଳ ଯନ୍ତ୍ରଣା

ଏମକେସିଜି-ଜରୁରୀକାଳୀନ-ବିଭାଗରେ-ବିକ୍ରମ-ପଣ୍ଡା,-ପେଟ-ଓ-ଛାତିରେ-ପ୍ରବଳ-ଯନ୍ତ୍ରଣା

ଏମକେସିଜି ଜରୁରୀକାଳୀନ ବିଭାଗରେ ବିକ୍ରମ ପଣ୍ଡା, ପେଟ ଓ ଛାତିରେ ପ୍ରବଳ ଯନ୍ତ୍ରଣା

ପୁଣି ମେଡ଼ିକାଲରେ ଭର୍ତ୍ତି ହେଲେ ବିକ୍ରମ ପଣ୍ଡା । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Published By: Prativa – Prameya-News7 Bureau | February 18, 2026 09:40 AM

NEWS7

vikram panda

ବ୍ରହ୍ମପୁର ୧୮/୦୨: ପୁଣି ମେଡ଼ିକାଲରେ ଭର୍ତ୍ତି ହେଲେ ବିକ୍ରମ ପଣ୍ଡା । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବିକ୍ରମଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କଡ଼ା ସୁରକ୍ଷା ଭଲରେ ବିକ୍ରମଙ୍କୁ ମେଡ଼ିକାଲରେ ଭର୍ତ୍ତି କଲା ପୋଲିସ । ଘରୋଇ ଡାକ୍ତରଖାନାକୁ ରେଫର ହୋଇପାରନ୍ତି ବିକ୍ରମ ।

ସୂଚନା ଥାଉକି, ଉନ୍ନତ ଚିକିତ୍ସା ପାଇଁ ପିଟିସନ ହୋଇଥିବା ବେଳେ, ଆଜି ସହମତି ପତ୍ର ଦାଖଲ ହୋଇଥାନ୍ତା । ଗଲ୍ ବ୍ଲାଡର୍ ଷ୍ଟୋନ ସର୍ଜରୀ ପାଇଁ ସହମତି ପତ୍ର ଦାଖଲ ହୋଇଥାନ୍ତା । ପୀତବାସ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡା ଗତ କିଛି ଦିନ ଧରି ଏମ୍‌କେସିଜିରେ ଚିକିତ୍ସାଧୀନ ଥିଲେ ।

ସର୍ଜରୀ ଲାଗି ୨ ଦିନ ତଳେ ସବୁ ପ୍ରସ୍ତୁତି ହେଇଥିଲା କିନ୍ତୁ ହଠାତ ଅତି ନାଟକୀୟ ଢଙ୍ଗରେ ଏମକେସିଜି କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରି ଜେଲକୁ ପଠାଇ ଦେଇଥିଲେ । ଏହାକୁ ନେଇ କୋର୍ଟରେ ବିକ୍ରମଙ୍କ ଓକିଲ ପିଟିସନ ଫାଇଲ କରିଛନ୍ତି । ବିକ୍ରମଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଅଭିଯୋଗ କରିଛନ୍ତି ।

also read…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ହୋଇପାରିଲାନି ଚାର୍ଜଫ୍ରେମ୍, ବିକ୍ରମଙ୍କ ପକ୍ଷରୁ କୋର୍ଟରେ ଦାଖଲ ହେଲା ଦୁଇଟି ପିଟିସନ୍

Scroll to Top