ଏବର୍ଷ ଅଦିନିଆ କାଳବୈଶାଖୀ ସହ ପ୍ରବଳ ଗ୍ରୀଷ୍ମ ପ୍ରବାହ, ତୃତୀୟ ବିଶ୍ଵଯୁଦ୍ଧ ସଙ୍କେତ ଦେଲା ବିରଜା ପାଞ୍ଜି

ଏବର୍ଷ-ଅଦିନିଆ-କାଳବୈଶାଖୀ-ସହ-ପ୍ରବଳ-ଗ୍ରୀଷ୍ମ-ପ୍ରବାହ,-ତୃତୀୟ-ବିଶ୍ଵଯୁଦ୍ଧ-ସଙ୍କେତ-ଦେଲା-ବିରଜା-ପାଞ୍ଜି

ଏବର୍ଷ ଅଦିନିଆ କାଳବୈଶାଖୀ ସହ ପ୍ରବଳ ଗ୍ରୀଷ୍ମ ପ୍ରବାହ, ତୃତୀୟ ବିଶ୍ଵଯୁଦ୍ଧ ସଙ୍କେତ ଦେଲା ବିରଜା ପାଞ୍ଜି

Published By: Ruby – Prameya-News7 Bureau | March 04, 2026 02:03 PM

NEWS7

BJP

ଯାଜପୁର ୪ପବିତ୍ର ଦୋଳ ପୂର୍ଣ୍ଣିମାରେ ମା’ ବିରଜାଙ୍କ ପୀଠରେ ଝୁଲଣ ଯାତ୍ରା ଓ ନୂତନ ପାଞ୍ଜି ପାଠ କରାଯାଇଛି । ଏହି ପାଞ୍ଜି ଅନୁଯାୟୀ, ଏବର୍ଷ କୃଷି କ୍ଷେତ୍ରରେ ଏତେ ଭଲ ନଥିବା ବେଳେ ମରୁଡ଼ି ହେବା ଆଶଙ୍କା କରାଯାଇଛି । ସେହିପରି ତୃତୀୟ ବିଶ୍ଵଯୁଦ୍ଧ ହେବା ମଧ୍ୟ ପାଞ୍ଜିରେ ରହିଛି । ଅନ୍ୟପଟେ ଅଦିନିଆ କାଳବୈଶାଖୀ ସହ ପ୍ରବଳ ଗ୍ରୀଷ୍ମ ତାପ ମଧ୍ୟ ହେବ ବୋଲି ଜ୍ୟୋତିଷ ସୂଚନା ଦେଇଛନ୍ତି 

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ଝୁଳଣ ଯାତ୍ରା ଓ ପାଞ୍ଜି ପଠନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ଙ୍କ ନିକଟରେ ସେବକ ଜ୍ୟୋତିଷ ଗୋବିନ୍ଦ ଚନ୍ଦ୍ର ମହରଣ୍ୟଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ଦୋଳ ପୂର୍ଣ୍ଣିମାରେ ଗ୍ରହଣ ଲାଗିଥିବାରୁ ଗ୍ରହଣ ସମ୍ପୂର୍ଣ୍ଣ ମୋକ୍ଷ ହେବା ପରେ ସନ୍ଧ୍ୟା ୬.୪୭ ମିନିଟ୍ ପରେ ମା’ଙ୍କୁ ମହାସ୍ନାନ ବେଶ କରାଯିବା ପରେ ରାତି ୮ଟା ପରେ ମା’ଙ୍କ ବିଜେ ପ୍ରତିମାଙ୍କୁ ପାରମ୍ପରିକ ରୀତିନୀତି ନିୟମ ଅନୁସାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଦୋଳ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ମା’ଙ୍କ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ନେତୃତ୍ବରେ ବରିଷ୍ଠ ପୁରୋଧା ଜ୍ଞାନରଞ୍ଜନ ପତିଙ୍କ ତତ୍ତ୍ବାବଧାନରେ ପୁରାଧା ବୃନ୍ଦ ଓ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେବକ ଜ୍ୟୋତିଷ ବିରଜାଙ୍କ ନୂତନ ପଞ୍ଜିକା ପଠନ କରିବା ସହ ଦେଶ ବିଦେଶ ଓ ରାଜ୍ୟର ବାର୍ଷିକ ଫଳାଫଳ ଉପରେ ସୂଚନା ଦେଇଥିଲେ । ଏଥିସହ ମା’ଙ୍କ ବିଜେ ପ୍ରତିମାକୁ ଦୋଳ ମଣ୍ଡପରେ ଝୁଲାଯିବା ସହ ଅଭିର ଖେଳ ହୋଇଥିଲା । ପୁରାତନ ଭାଷ୍ୱତି ଗଣନା ଅନୁଯାୟୀ ଦେଶର ଭବିଷ୍ୟତବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ବିରଜା ପଞ୍ଜିକା ଜନସାଧାରଣଙ୍କ ପାଇଁ ଚଳିତ ବର୍ଷ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯିବ । ଏହି ପଞ୍ଜିକାରେ ମା’ଙ୍କ ବର୍ଷକର ରୀତିନୀତି ପୂଜାର୍ଚ୍ଚନାର ସମୟ ନିର୍ଘଣ୍ଟ କରାଯାଇଥାଏ । ମା’ ବିରଜାଙ୍କ ଦୋଳ ଉତ୍ସବକୁ ଦେଖିବା ଲାଗି ଉପସ୍ଥିତ ଭକ୍ତମାନଙ୍କୁ ସେବାୟତ ମାନେ ଅବିର ଲାଗି କରିଥିଲେ ।

Scroll to Top