ଏତିକି ଦିନ ହେଲା ଭରିନାହାନ୍ତି କି ଚାଲାଣ ? ଲାଗିବ ମୋଟା ଜରିମାନା, ଜାଣନ୍ତୁ କଣ ରହିଛି ନିୟମ…

ଏତିକି-ଦିନ-ହେଲା-ଭରିନାହାନ୍ତି-କି-ଚାଲାଣ-?-ଲାଗିବ-ମୋଟା-ଜରିମାନା,-ଜାଣନ୍ତୁ-କଣ-ରହିଛି-ନିୟମ…

ନୂଆଦିଲ୍ଲୀ ୨୨।୦୮: ଆପଣଙ୍କର ଗାଡିର ଚାଲାଣ କଟିଛି କି ? ଗୋଟିଏ ମାସରୁ ଅଧିକ ଦିନ ହେଲାଣି ଚାଲଣ ଭରିନାହାନ୍ତି କି ?  ତୁରନ୍ତ ଚାଲାଣ ଜମା କରନ୍ତୁ । ନଚେତ୍ ଭରିବାକୁ ପଡିବ ମୋଟା ଅଙ୍କର ଚାଲାଣ ।  ନୂଆ ନିୟମ ଲାଗୁ କରିଛି ଉତ୍ତର ପ୍ରଦେଶ ପରିବହନ ବିଭାଗ । 

ଉତ୍ତର ପ୍ରଦେଶ ପରିବହନ ବିଭାଗ ଟ୍ରାଫିକ୍ ନିୟମ ପ୍ରତି ଅଧିକ କଠୋର ହୋଇଛି ।   ବକେୟା ଚାଲାଣ ଉପରେ ବଡ଼ ଜରିମାନା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ପରିବହନ ବିଭାଗ । ଏଥିପାଇଁ ବିଭାଗ ୧ ମାସର ସମୟ ସୀମା ସ୍ଥିର କରିଛି। ଅର୍ଥାତ୍, ଚାଲାଣ ଜାରି ହେବାର ଗୋଟିଏ ମାସ ମଧ୍ୟରେ ଜମା କରିବା ବାଧ୍ୟତାମୂଳକ । 

ନଚେତ୍ ବିଳମ୍ବ ଫି ଲାଗୁ କରିବାର ବ୍ୟବସ୍ଥା କରାଯାଇଛି । ଏହି ନିୟମ ପାଳନ କରିବାରେ ବିଳମ୍ବ କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହି ନୂତନ ନିୟମ ଏବେ ଲାଗୁ କରାଯାଇଛି। ତେଣୁ ଆପଣଙ୍କ ଗାଡ଼ିର ଚାଲାଣ ସମୟ ମଧ୍ୟରେ ସମାଧାନ କରନ୍ତୁ।

ପରିବହନ କମିଶନରଙ୍କ ଅନୁଯାୟୀ, ଅଗଷ୍ଟ ୧୦ରୁ ବକେୟା ଚାଲାଣ ସଂଗ୍ରହର ନୂଆ ନିୟମ ଲାଗୁ ହୋଇଛି । ଚାଲାଣ ଭରିବାରେ ଲେଟ୍ କଲେ ଚାଲାଣ ପରିମାଣର ୫-୧୦ ପର୍ଯ୍ୟନ୍ତ ଅଧିକ ଦେବାକୁ ପଡିପାରେ । ଅର୍ଥାତ୍ ଯଦି ୧୦୦୦ ଟଙ୍କାର ଚାଲାଣ କଟିଛି ତେବେ ଲେଟ୍ ଚାଲାଣ ଭରିଲେ ଅଧିକ ୫୦-୧୦୦ ଟଙ୍କା ଦେବାକୁ ପଡିବ । 

ବିଭାଗ ଅନୁଯାୟୀ, ଏବେ ହ୍ୱାଟ୍ସଆପ୍ ମାଧ୍ୟମରେ ଗାଡି ମାଲିକଙ୍କ ମୋବାଇଲ ଫୋନକୁ ସିଧାସଳଖ ଇ-ଚାଲାଣ ନୋଟିସ ପଠାଯାଉଛି । ବିଭାଗ କହିଛି ଯେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୦୨୪ରୁ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଚାଲାଣ ବିଷୟରେ ସୂଚନା ପଠାଯିବ। 

ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୨ ଏବଂ ୨୦୨୩ ବର୍ଷର ପେଣ୍ଡିଂ ଚାଲାଣ ବିଷୟରେ ସୂଚନା ମଧ୍ୟ ପଠାଯିବ । ଏହାବ୍ୟତୀତ ଗାଡି ମାଲିକମାନେ ଚାଟବଟ୍ ମାଧ୍ୟମରେ ସେମାନଙ୍କର ଚାଲାଣ ଯାଞ୍ଚ କରିପାରିବେ।

ନାଗରିକଙ୍କ ସୁବିଧା ପାଇଁ ଉତ୍ତର ପ୍ରଦେଶ ସରକାର ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହାର ସାହାଯ୍ୟରେ ଗାଡି ମାଲିକମାନେ ଘରେ ବସି ଚାଲାଣ ଦେଇପାରିବେ ଏବଂ ସେମାନଙ୍କୁ କୌଣସି କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। 

ଏଥିପାଇଁ ଆପଣ ପରିବହନ ବିଭାଗର ଅଫିସିଆଲ୍ ୱେବସାଇଟ୍ (echallan.parivahan.gov.in)  ପରିଦର୍ଶନ କରିପାରିବେ । ଆପଣଙ୍କର ଚାଲାଣ ଯାଞ୍ଚ କରିପାରିବେ ଏବଂ ଯଦି କୌଣସି ଚାଲାଣ କଟିଛି, ତେବେ ତୁରନ୍ତ ଅନଲାଇନରେ ତାହା ଦେଇପାରିବେ।

Scroll to Top