ଉପର ପଡ଼ିଆରେ ହେବ କଟକ ଐତିହାସକ ବାଲିଯାତ୍ରା, ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ

ଉପର-ପଡ଼ିଆରେ-ହେବ-କଟକ-ଐତିହାସକ-ବାଲିଯାତ୍ରା,-ସ୍ଥାନ-ପରିବର୍ତ୍ତନ-ପ୍ରସଙ୍ଗରେ-ହସ୍ତକ୍ଷେପ-କଲେନାହିଁ-ହାଇକୋର୍ଟ

କଟକ ୯।୧୦: କଟକ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟଏହା ପ୍ରଶାସନର ଦାୟିତ୍ୱ ଏବଂ ଶୃଙ୍ଖଳିତ ଭାବେ କିପରି ବାଲିଯାତ୍ରା ସମ୍ପାଦନ କରିହେବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । ଗୁରୁବାର କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ତେବେ ପୂର୍ବ ରାୟର କାର୍ଯ୍ୟକାରିତା ସମ୍ପର୍କରେ କଟକ ଜିଲ୍ଲାପାଳ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାକୁ ନେଇ ବେଶ ଲମ୍ବା ସମୟ ଧରି ତର୍ଜମା ଚାଲିଥିଲା । ତେବେ ବାଲିଯାତ୍ରା ସ୍ଥାନ ନିରୂପଣ ବାବଦରେ ପୂର୍ବରୁ କୌଣସି ନିର୍ଦ୍ଦେଶ ହୋଇନାହିଁ, ଏଣୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ ।

ବାଲିଯାତ୍ରା ଆୟୋଜନ କରିବା ହେଉଛି ପ୍ରଶାସନର ଦାୟିତ୍ୱ, ତେବେ ବାଲିଯାତ୍ରା ବେଳେ ଯେପରି ରାସ୍ତା ଅବରୋଧ ନହୁଏ, ଯେପରି ଶବ୍ଦ ପ୍ରଦୂଷଣ ନହେବ ତା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ହୋଇଛି । କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀ ମାନଙ୍କୁ ଉପଯୁକ୍ତ ସ୍ଥାନରେ ଏବଂ ବିନା ମୂଲ୍ୟରେ ଥଇଥାନ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି । ଚଳିତ ବର୍ଷ କେବଳ ତଳ ପଡିଆରେ ବାଲିଯାତ୍ରା କରାଇବା ଲାଗି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । ଯାହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।
​​​​​​

Scroll to Top