ଉପରମୁଣ୍ଡରେ ଲାଗି ରହିଛି ବର୍ଷା, ବୈତରଣୀରେ ବଢୁଛି ଜଳସ୍ତର

ଉପରମୁଣ୍ଡରେ-ଲାଗି-ରହିଛି-ବର୍ଷା,-ବୈତରଣୀରେ-ବଢୁଛି-ଜଳସ୍ତର

ଉପରମୁଣ୍ଡରେ ଲାଗି ରହିଛି ବର୍ଷା, ବୈତରଣୀରେ ବଢୁଛି ଜଳସ୍ତର

Published By : Prameya-News7 Bureau | August 24, 2025 IST

ଭଦ୍ରକ ୨୪।୦୮ : ଉପରମୁଣ୍ଡରେ ଲଗାଣ ବର୍ଷା । ବୈତରଣୀରେ ନଦୀରେ ବଢୁଛି ଜଳସ୍ତର । ଭଦ୍ରକ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । 

ତେବେ ଶନିବାର ରାତିରୁ ଜଳସ୍ତର ହ୍ରାସ ପାଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସକାଳ ୯ ସୁଦ୍ଧା ପରେ ୧୮.୫୧ ମିଟରରେ ଜଳ ପ୍ରବାହିତ ହେଉଛି । କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ପୁଣି ବୈତରଣୀ ନଦୀ ଫୁଲୁଛି । ତେବେ ଶନିବାର ବିଳମ୍ବିତ ରାତିରେ ବୈତରଣୀ ନଦୀ ୧୮.୫୫ ମିଟରରେ ପ୍ରବାହିତ ହୋଇଥିବା ବେଳେ ଧୀରେ ଧୀରେ ଜଳ ସ୍ଥର ହ୍ରାସ ହେଉଛି । ଜିଲ୍ଲାରେ ରାତିରେ ବର୍ଷା ହେଉଥିବା ବେଳେ ସକାଳୁ ବେଳୁ ବର୍ଷାର ପରିମାଣ କମିଛି । ବୈତରଣୀ ନଦୀର କଣ୍ଟି ଘାଇ ଦେଇ ବନ୍ୟା ଜଳ ବାହାରିଥିଲେ ମଧ୍ୟ ଜନବସତିକୁ ପ୍ରଭାବିତ କରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top