ଉତ୍ତେଜନା ମଧ୍ୟରେ ଭାରତ – ପାକିସ୍ତାନ କରିବାକୁ ଯାଉଛନ୍ତି ଯୁଦ୍ଧାଭ୍ୟାସ, ଆରବ ସାଗରରେ ଗର୍ଜିବ ଯୁଦ୍ଧ ଜାହାଜ

ଉତ୍ତେଜନା-ମଧ୍ୟରେ-ଭାରତ-–-ପାକିସ୍ତାନ-କରିବାକୁ-ଯାଉଛନ୍ତି-ଯୁଦ୍ଧାଭ୍ୟାସ,-ଆରବ-ସାଗରରେ-ଗର୍ଜିବ-ଯୁଦ୍ଧ-ଜାହାଜ

ନୂଆଦିଲ୍ଲୀ : ଉତ୍ତେଜନା ମଧ୍ୟରେ ଭାରତ ଓ ପାକିସ୍ତାନ ଆରବ ସାଗରରେ ଗୋଟିଏ ହିଁ ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଯାଉଛନ୍ତି। ହେଲେ ଦୁଇ ଦେଶର ନୌସେନା ନିଜ ନିଜ କ୍ଷେତ୍ରରେ ଏହି ଅଭ୍ୟାସ କରିବେ। ସୂଚନା ମୁତାବିକ, ଏହି ଡ୍ରିଲ୍‌ ସୋମବାର ଠାରୁ ଆରମ୍ଭ ହେବ। ଅଧିକାରୀଙ୍କ ମୁତାବିକ ,ଦୁଇ ଦେଶର ନୌସେନାମାନେ ଏହି ବିଷୟରେ ନୋଟିସ୍‌ ମଧ୍ୟ ଦେଇ ସାରିଛନ୍ତି। ଏଥିରେ ନୌସେନା ଅଭ୍ୟାସ ବେଳେ ସମ୍ୱନ୍ଧିତ କ୍ଷେତ୍ରରେ ବିମାନ ଉଡ଼ାଣକୁ ନିୟନ୍ତ୍ରିତ ରଖିବା ପାଇଁ କୁହାଯାଇଛି।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ମୁତାବିକ , ଭାରତୀୟ ନୌସେନା ୧୧ ଓ ୧୨ ଅଗଷ୍ଟରେ ଆରବ ସାଗରରେ ଅଭ୍ୟାସ କରିବ। ଅନ୍ୟପଟେ ପାକିସ୍ତାନୀ ନୌସେନା ମଧ୍ୟ ନେଭି ଅଭ୍ୟାସ ପାଇଁ ନୋଟିସ୍‌ ଟୁ ଏୟାରମେନ୍‌ ଜାରିବ। ଏହି ନୋଟିସ୍‌ ଏଥି ପାଇଁ ଜାରି କରାଯାଏ , ଯାହାକି ନୌସେନା ଅଭ୍ୟାସ ବେଳେ ସମ୍ୱନ୍ଧିତ ବାୟୁକ୍ଷେତ୍ରରେ କୌଣସି ବିମାନ ଉଡ଼ାଣ ନକରନ୍ତୁ। 

କହି ରଖୁଛୁ କି, ପହଲଗାମ ହମଲା ପରେ ଭାରତ ‘ ଅପରେସନ ସିନ୍ଦୂର’ ଦ୍ୱାରା ପାକିସ୍ତାନର ଅନେକ ଆତଙ୍କୀ କେନ୍ଦ୍ରକୁ ନଷ୍ଟ କରି ଦେଇଛି। ଏହି ସମୟରେ ସ୍ଥଳ ସେନା ଓ ବାୟୁସେନା ଅଦମ୍ୟ ବୀରତ୍ୱ ଓ ସାହସର ପରିଚୟ ଦେଇଛନ୍ତି। ବାୟୁସେନା ମୁଖ୍ୟ କହିଛନ୍ତି ଯେ , ‘ ଅପରେସନ ସିନ୍ଦୂର ’ ବେଳେ ପାକିସ୍ତାନର ଛଅଟି ବିମାନ ଖସାଇ ଦେଇଛନ୍ତି। 

କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନେଭି ପ୍ରମୁଖ ଆଡମିରାଲ ଦିନେଶ ତ୍ରିପାଠୀଙ୍କୁ କହିଛନ୍ତି , ଆପଣଙ୍କୁ ପୁଣି ସୁଯୋଗ ମିଳିବ। ପିଏମ ମୋଦି ତିନି ସେନା ମୁଖ୍ୟଙ୍କ ସହ ଅପରେସନ ସିନ୍ଦୂରର ସମୀକ୍ଷା ବେଳେ କହିଥିଲେ।

ଉଲ୍ଲେଖନୀୟ ଯେ, ଅପରେସନ ସିନ୍ଦୂର ବେଳେ ଏମିତି ଖବର ଆସିଥିଲା ଯେ, ଭାରତୀୟ ନୌସେନା କରାଚୀରେ ହମଲାର ପୂରା ପ୍ରସ୍ତୁତି କରି ନେଇ ଥିଲା। ହେଲେ ଅନ୍ତିମ କ୍ଷଣରେ ଏହି ହମଲାକୁ ରଦ୍ଦ କରି ଦିଆ ଯାଇଥିଲା ।

Scroll to Top