ଇସ୍ରାଏଲର ସିକ୍ରେଟ୍‌ ଗେମ୍‌ ….ଇରାନର ଲୋକଙ୍କୁ ନିଜର ଏଜେଣ୍ଟ କରୁଛି ମୋସାଦ : ସାମନାକୁ ଆସିଲା ପୂରା ତଥ୍ୟ

ଇସ୍ରାଏଲର-ସିକ୍ରେଟ୍‌-ଗେମ୍‌-….ଇରାନର-ଲୋକଙ୍କୁ-ନିଜର-ଏଜେଣ୍ଟ-କରୁଛି-ମୋସାଦ-:-ସାମନାକୁ-ଆସିଲା-ପୂରା-ତଥ୍ୟ

ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନ ଯାଏ ଚାଲିଥିବା ସଦ୍ୟ ଯୁଦ୍ଧରେ ଇରାନର ଅନେକ ନ୍ୟୁକ୍ଲିୟର ବୈଜ୍ଞାନିକ ଓ ସେନା କମାଣ୍ଡରଙ୍କ ହତ୍ୟା ହୋଇଛି। କୁହାଯାଇଛି ଯେ, ଇସ୍ରାଏଲ ନିଜର ଗୁପ୍ତଚରଙ୍କୁ ଇରାନରେ ମୁତୟନ କରି ରଖି ଥିଲା, ଯେଉଁମାନେ ଯୁଦ୍ଧ ବେଳେ ଇରାନର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିବାରେ ପ୍ରମୁଖ କାରଣ ସାଜି ଥିଲେ। ଏହି ଅପରେସନ ଗୁଡ଼ିକର ଶ୍ରେୟ ମୋସାଦକୁ ଦିଆ ଯାଉଛି , ଯାହା ପରେ ଦାବି କରଯାଉଛି ଯେ, ସେ ଇରାନର ସୁରକ୍ଷା ପ୍ରଣାଳୀରେ ଗଭୀର ପ୍ରବେଶ କରିଥିବା ବୋଲି କୁହାଯାଏ।  

ଯୁଦ୍ଧ ଶେଷ ହେବା ପରେ ଇରାନରେ ଅନେକ ଲୋକଙ୍କୁ ଇସ୍ରାଏଲ ସହ ସହଯୋଗ ଓ ଗୁପ୍ତଚର ଅଭିଯୋଗରେ ଫାଶୀ ଦିଆଯାଉଛି। ନିକଟରେ ଏକ ରୁଜବେହ ୱାଦୀ ନାମକ ବ୍ୟକ୍ତିଙ୍କୁ ଇରାନରେ ମୋସାଦ ପାଇଁ ଗୁଇନ୍ଦା କରିବାର ଅଭିଯୋଗରେ ଫାଶୀ ଦିଆଯାଇଛି। ଇରାନର ନ୍ୟାୟପାଳିକା କହିଛି ଯେ, କେମିତି ଇସ୍ରାଏଲ ଇରାନୀ ଲୋକଙ୍କୁ ମୋସାଦର ଏଜେଣ୍ଟ କରାଉଛି।

ବିବିସିର ଏକ ଖବର ମୁତାବିକ, ୨୦୧୧ ମସିହାରେ , ତିନି ଜଣ ଇରାନୀ ପରମାଣୁ ବୈଜ୍ଞାନିକଙ୍କୁ ଅବଦୁଲହମିଦ୍‌ , ଅହମଦରେଜା ଜୋଲ୍ଫଗାରି ଦରିଆନି ଓ ରୁଜବେହ ୱାଦୀ ୧୮ତମ ଇରାନୀ ପରମାଣୁ ଶକ୍ତି ସମ୍ମିଳନୀରେ ଏକ ସଂଯୁକ୍ତ ଅଧ୍ୟୟନପତ୍ର ପ୍ରଦାନ କରିଥିଲା। ୧୪ ବର୍ଷ ପରେ , ଏହି ତିନି ଜଣ ଏହି ଦୁନିଆରେ ରହି ନାହାନ୍ତି। ଦୁଇ ଜଣଙ୍କର ହତ୍ୟା ଇସ୍ରାଏଲ କରିଛି ଏବଂ ଜଣକୁ ଇରାନ ଫାଶୀ ଦେଇଛି।

୧୩ ଜୁନ୍ ସକାଳେ, ଇରାନ ଉପରେ ଆକ୍ରମଣର ପ୍ରଥମ ଘଣ୍ଟାରେ, ଇସ୍ରାଏଲ ମିନୁଚେହର ଏବଂ ଜୋଲ୍ଫଗାରିଙ୍କୁ ହତ୍ୟା କରିଥିଲା। ଏହାର ସାତ ସପ୍ତାହ ପରେ, ୫ ଅଗଷ୍ଟ ସକାଳେ ମୋସାଦ ପାଇଁ ଗୁପ୍ତଚର ଅଭିଯୋଗରେ ରୁଜବେହ ୱାଦିଙ୍କୁ ଫାଶୀ ଦିଆଯାଇ ଥିଲା। ଫାଶୀ ଘୋଷଣା ପରେ, ଏକ ଇରାନୀ ଟିଭି କାର୍ଯ୍ୟକ୍ରମରେ ଏକ ଭିଡିଓରେ ରୁଜବେହ ୱାଦିଙ୍କୁ ତାଙ୍କ ଅପରାଧ ସ୍ୱୀକାର କରୁ ଥିବାର ମଧ୍ୟ ଦେଖାଯାଇ ଥିଲା। ଭିଡିଓରେ ସେ ସ୍ୱୀକାର କରିଥିଲେ ଯେ, ସେ ଇସ୍ରାଏଲ ଯୁଦ୍ଧରେ ଟାର୍ଗେଟ କରିଥିବା ପରମାଣୁ କେନ୍ଦ୍ର ବିଷୟରେ ମୋସାଦକୁ ସୂଚନା ଦେଇଥିଲେ ଏବଂ ଜଣେ ଇରାନୀ ପରମାଣୁ ବୈଜ୍ଞାନିକଙ୍କ ସହ ଜଡିତ ସୂଚନା ମଧ୍ୟ ସେୟାର କରିଥିଲେ।

ଇରାନର ନ୍ୟାୟପାଳିକା ଦାବି କରୁଛି ଯେ ,ରୁଜବେହ ୱାଦି ଏକ ଭର୍ଚୁଆଲ୍ ସୋସିଆଲ ନେଟୱାର୍କ ମାଧ୍ୟମରେ ମୋସାଦ ସହିତ ଯୋଗାଯୋଗ କରିଥିଲେ। ଏହା ପରେ, ସେ ଏକ ତାଲିମ ପାଠ୍ୟକ୍ରମ ବାହାନାରେ ଭିଏନା ଯାଇଥିଲେ, ଯେଉଁଠାରେ ସେ ପାଞ୍ଚଥର ମୋସାଦ ଅଧିକାରୀଙ୍କୁ ଭେଟିଥିଲେ। ତଥାପି, ନ୍ୟାୟପାଳିକାର ବିବୃତ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦିଏ ନାହିଁ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୱାଦି କେତେ ସମୟ ପାଇଁ ହେପାଜତରେ ଥିଲେ। ଇରାନୀ ମାନବାଧିକାର ସଂଗଠନ ଅନୁଯାୟୀ, ତାଙ୍କୁ ୨୦୨୪ ମସିହାର ଶୀତର ମଧ୍ୟଭାଗ ଅର୍ଥାତ୍ ଫେବୃଆରୀ ପାଖାପାଖି ଗିରଫ କରାଯାଇ ଥିଲା ଏବଂ ସେବେଠାରୁ ତାଙ୍କୁ ଜେଲରେ ରଖାଯାଇ ଥିଲା।

Scroll to Top