Simple Ultra E-Scooter: ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଚାହିଦା ବଢ଼ୁଥିବା ବେଳେ ବେଙ୍ଗାଲୁରୁ ଭିତ୍ତିକ ଇଭି ଷ୍ଟାର୍ଟଅପ୍ ‘ସିମ୍ପଲ୍ ଏନର୍ଜି’ (Simple Energy) ଏକ ଲଙ୍ଗ ରେଞ୍ଜ ଇ-ସ୍କୁଟର ଲଞ୍ଚ କରିଛି। କମ୍ପାନୀ ତାର ବହୁ ପ୍ରତୀକ୍ଷିତ ଏବଂ ଦେଶର ସବୁଠାରୁ ଅଧିକ ରେଞ୍ଜ ପ୍ରଦାନ କରୁଥିବା ଇଲେକ୍ଟ୍ରିକ୍ ସ୍କୁଟର ‘ସିମ୍ପଲ୍ ଅଲ୍ଟ୍ରା’ (Simple Ultra) କୁ ଭାରତରେ ଆନୁଷ୍ଠାନିକ ଭାବେ ଲଞ୍ଚ କରିଛି। ଏହି ସ୍କୁଟରର ଏକ୍ସ-ଶୋ’ରୁମ୍ ମୂଲ୍ୟ ୨.୩୪.୯୯୯ ଲକ୍ଷ ଟଙ୍କା ରଖାଯାଇଛି।
ଥରେ ଚାର୍ଜ କଲେ ଯିବ ୪୦୦ କିଲୋମିଟର
ଏହି ନୂଆ ଇଲେକ୍ଟ୍ରିକ୍ ସ୍କୁଟରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଦମଦାର୍ ବ୍ୟାଟେରୀ ଏବଂ ରେଞ୍ଜ। କମ୍ପାନୀର ଦାବି ଅନୁଯାୟୀ, ‘ସିମ୍ପଲ୍ ଅଲ୍ଟ୍ରା’ରେ ୬.୫ kWh ର ଏକ ବଡ଼ ବ୍ୟାଟେରୀ ପ୍ୟାକ୍ ବ୍ୟବହାର କରାଯାଇଛି, ଯାହା ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ୪୦୦ କିଲୋମିଟର (IDC) ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ। ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରେ ଉପଲବ୍ଧ ଯେକୌଣସି ଇଲେକ୍ଟ୍ରିକ୍ ସ୍କୁଟର ତୁଳନାରେ ଏହା ସର୍ବାଧିକ ରେଞ୍ଜ ଦେଉଛି।
ଦ୍ରୁତ ଗତି ଓ ଶକ୍ତିଶାଳୀ ପରଫରମାନ୍ସ
କେବଳ ରେଞ୍ଜ ନୁହେଁ, ସ୍ପିଡ୍ କ୍ଷେତ୍ରରେ ମଧ୍ୟ ଏହା ଅନେକ ସ୍କୁଟରକୁ ପଛରେ ପକାଇ ଦେଇଛି। ଏହି ସ୍କୁଟର ପ୍ରମୁଖ ଭିଚର୍ସଗୁଡ଼ିକ ହେଲା-
ଟପ୍ ସ୍ପିଡ୍: ଏହି ସ୍କୁଟର ଘଣ୍ଟା ପ୍ରତି ସର୍ବାଧିକ ୧୧୫ କିଲୋମିଟର ବେଗରେ ଚାଲିପାରିବ।
ପିକଅପ୍: ମାତ୍ର ୨.୭୭ ସେକେଣ୍ଡରେ ଏହା ଶୂନରୁ ୪୦ କିମି ପ୍ରତି ଘଣ୍ଟା ବେଗ ହାସଲ କରିପାରିବ।
ମୋଟର: ଏଥିରେ ୮.୮ kW ର ଏକ ଶକ୍ତିଶାଳୀ ମୋଟର ଲଗାଯାଇଛି ଯାହା ୭୨ Nm ର ଟର୍କ ପ୍ରଦାନ କରେ।
Also Read-
ଅତ୍ୟାଧୁନିକ ଫିଚର୍ସ ଓ ସୁରକ୍ଷା
ଗ୍ରାହକଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ଏଥିରେ ଅନେକ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇଛି।
୧. ଟ୍ରାକସନ୍ କଣ୍ଟ୍ରୋଲ୍:ବିଭିନ୍ନ ପ୍ରକାରର ରାସ୍ତାରେ ସନ୍ତୁଳନ ରକ୍ଷା କରିବା ପାଇଁ ଏଥିରେ ୪ଟି ସ୍ତରର ଟ୍ରାକସନ୍ କଣ୍ଟ୍ରୋଲ୍ ସିଷ୍ଟମ ଦିଆଯାଇଛି।
୨. ଡିଜିଟାଲ୍ ଡିସପ୍ଲେ:ଏଥିରେ ୭ ଇଞ୍ଚର ଏକ ଡିଜିଟାଲ୍ ଟଚ୍ ସ୍କ୍ରିନ୍ ରହିଛି, ଯାହା ନାଭିଗେସନ୍, କଲ୍ ଏବଂ ମ୍ୟୁଜିକ୍ କଣ୍ଟ୍ରୋଲ୍ ପରି ସୁବିଧା ଯୋଗାଇଦେବ।୩. ଡିଜାଇନ୍: ସିମ୍ପଲ୍ ଅଲ୍ଟ୍ରା କମ୍ପାନୀର ଜେନ୍-୨ (Gen 2) ଡିଜାଇନ ଭଳି ଏହା ହୋଇଛି। ଯାହା ଏହାକୁ ଏକ ପ୍ରିମିୟମ୍ ଏବଂ ସ୍ପୋର୍ଟି ଲୁକ୍ ଦେଇଛି।
ବଜାର ଉପଲବ୍ଧତା ଏବଂ ଭବିଷ୍ୟତ ଯୋଜନା
ସିମ୍ପଲ୍ ଏନର୍ଜିର ପ୍ରତିଷ୍ଠାତା ତଥା ସିଇଓ ସୁହାସ ରାଜକୁମାର କହିଛନ୍ତି ଯେ, “ଆମେ ଭାରତୀୟ ଗ୍ରାହକଙ୍କ ‘ରେଞ୍ଜ ଚିନ୍ତା’ (Range Anxiety) କୁ ଦୂର କରିବା ପାଇଁ ଏହି ସ୍କୁଟର ପ୍ରସ୍ତୁତ କରିଛୁ।” ବର୍ତ୍ତମାନ ଏହି ସ୍କୁଟର ପାଇଁ ବୁକିଂ ଆରମ୍ଭ ହୋଇଥିବା ବେଳେ ସାରା ଦେଶରେ ଡେଲିଭରି ମଧ୍ୟ ଜାରି ରହିଛି।
ସୂଚନାଯୋଗ୍ୟ ଯେ, ସିମ୍ପଲ୍ ଏନର୍ଜି ବର୍ତ୍ତମାନ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଓ ହାଇଦ୍ରାବାଦ ପରି ବଡ଼ ସହରରେ ନିଜର ଶୋ’ରୁମ୍ ଖୋଲିସାରିଛି। ଆଗାମୀ କିଛି ମାସ ମଧ୍ୟରେ କମ୍ପାନୀ ଭୁବନେଶ୍ୱର, ରାଞ୍ଚି ଏବଂ ନାଗପୁର ପରି ସହରରେ ନିଜର ବ୍ୟବସାୟ ବିସ୍ତାର କରିବାକୁ ଯୋଜନା ରଖିଛି।
ଇଲେକ୍ଟ୍ରିକ୍ ଗାଡ଼ି ବଜାରରେ ଏହି ୪୦୦ କିମି ରେଞ୍ଜ ବିଶିଷ୍ଟ ସ୍କୁଟର, ଓଲା (Ola) ଏବଂ ଆଥର (Ather) ପରି ବଡ଼ କମ୍ପାନୀଗୁଡ଼ିକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଓଲା ଓ ଆକ୍ୟୁିବ ଯଥାକ୍ରମେ ୩୨୦ ଓ ୨୧୨ କିଲୋମିଟରର ରେଞ୍ଜ ଦେଉଛନ୍ତି।




