ତେହେରାନ: ପାକିସ୍ତାନ ସେନାର ଫିଲ୍ଡ ମାର୍ଶଲ ଜେନେରାଲ ଅସୀମ ମୁନିର ଓ ମହସୀନ ନକଭୀଙ୍କ ନେତୃତ୍ୱରେ ଏକ ପାକ୍ ପ୍ରତିନିଧି ମଣ୍ଡଳ ବୁଧବାର ଇରାନ ରାଜଧାନୀ ତେହେରାନରେ ପହଞ୍ଚିଛନ୍ତି। ସେଠାରେ ସେ ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ବାର୍ତ୍ତା ଆରମ୍ଭ କରିବା ପାଇଁ ଚର୍ଚ୍ଚା କରିବେ। କୁହାଯାଉଛି ମୁନିରଙ୍କ ଏହି ଗସ୍ତ ଏପରି ସମୟରେ ହୋଇଛି ଯେତେବେଳେ ଇରାନ ଓ ଆମେରିକା ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମକୁ ପହଞ୍ଚିବା ସହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି।
ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ ଅନୁସାରେ ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚୀ ପାକିସ୍ତାନୀ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିଛନ୍ତି। ତେବେ ପାକିସ୍ତାନୀ ପ୍ରତିନିଧି ମଣ୍ଡଳଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ବାର୍ତ୍ତା ଆରମ୍ଭ କରିବା ଓ ସଂଘର୍ଷ ଉପରେ ରୋକ ଲଗାଇବା ବୋଲି କୁହାଯାଇଛି। ମୁନିରଙ୍କ ଏହି ଗସ୍ତକୁ ପାକିସ୍ତାନର ସକ୍ରିୟ କୂଟନୀତିର ଅଂଶ ବୋଲି ମନେ କରାଯାଉଛି। ସୂତ୍ର ଅନୁସାରେ ପାକିସ୍ତାନ ଲଗାତାର ଦୁଇ ଦେଶଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଉଦ୍ୟମ କରୁଛି। ଏହା ପୂର୍ବରୁ ମଧ୍ୟ ଇସ୍ଲାମାବାଦରେ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ କଥାବାର୍ତ୍ତା ହୋଇଥିଲା। ହେଲେ ଏଥିରୁ କୌଣସି ନିଷ୍କର୍ଷ ବାହାରି ନଥିଲା।
📸 Arrival of Pakistan’s Army Chief, General Asim Munir, in Tehran, welcomed by Foreign Minister @araghchi. pic.twitter.com/HWwvhAV0Nx
— Government of the Islamic Republic of Iran (@Iran_GOV) April 15, 2026
ହେଲେ ଏବେ ପୁଣି ଥରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏଣୁ ଯୁଦ୍ଧ ଭଳି ପରିସ୍ଥିତିକୁ ମୁହାଁଇଛନ୍ତି। ଏଣୁ ଉଭୟ ପକ୍ଷ ଏବେ ଯୁଦ୍ଧ ଟାଳିବାକୁ ଚାହୁଁଛନ୍ତି। ଏହା ଛଡା ବିଶ୍ୱର ଅନେକ ଦେଶ ଏବେ ଚାହୁଁଛନ୍ତି ପରିସ୍ଥିତି ଶାନ୍ତ ହେଉ ଯାହାଦ୍ୱାରା ତୈଳ ଓ ବାଣିଜ୍ୟ ସ୍ୱଭାବିକ ହେବ। ଏହା ଛଡା ଲଗାତାର ଉତ୍ତେଜନା ଯୋଗୁ ଉଭୟ ଆମେରିକା ଓ ଇରାନ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ଚାପ ବଢୁଛି। ଖାସ କରି ଇରାନ ଉପରେ ଏହାର ପ୍ରଭାବ ଏବେ ଗୁରୁତର ଅନୁମାନ କରାଯାଉଛି। ଏଣୁ ପାକିସ୍ତାନ ଉଭୟ ପକ୍ଷଙ୍କୁ କଥାବାର୍ତ୍ତା ଲାଗି ପ୍ରସ୍ତୁତ କରୁଛି।
ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇ ପାରେ ବୋଲି ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ କିଛି ଦିନରେ ପୁଣି ଥରେ ଇସ୍ଲାମାବାଦରେ ବୈଠକ ହେବ। ଗତ ଥର ବାର୍ତ୍ତା ଏଥି ପାଇଁ ଅସଫଳ ହୋଇଥିଲା ଯେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ପାଇଁ ଆମେରିକା ସର୍ତ୍ତ ମାନିବାକୁ ରାଜି ହୋଇ ନଥିଲା। ତେବେ କେବଳ ଅସୀମ ମୁନିର ନୁହନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସାଉଦୀ ଆରବ, କତାର ଓ ତୁର୍କିୟେ ଗସ୍ତରେ ଅଛନ୍ତି। କ୍ଷେତ୍ରୀୟ ସହଯୋଗ ବଢାଇବା ବିଭିନ୍ନ ଦେଶଙ୍କ ସହ ମିଶି ପାକିସ୍ତାନ ଏହି ସଂକଟର ସମାଧାନ କରିବାକୁ ଉଦ୍ୟମ କରୁଛି।
Also Read..ଇରାନ ଯୁଦ୍ଧକୁ ନେଇ ସଂକଟରେ ଡୋନାଲ୍ଡ ଟ୍ରମ୍ପ, ଏବେ ପଡୁଛି’War power Act’ର ଚାପ




