ଇରାନ କମାଣ୍ଡରଙ୍କ ପାକିସ୍ତାନକୁ ଚେତାବନୀ, କହିଲେ- ଆମ ଉପରେ ଆକ୍ରମଣ ପାଇଁ ବ୍ୟବହାର ହେଉଛି ତୁମ ଏୟାରସ୍ପେସ୍

ଇରାନ-କମାଣ୍ଡରଙ୍କ-ପାକିସ୍ତାନକୁ-ଚେତାବନୀ,-କହିଲେ-ଆମ-ଉପରେ-ଆକ୍ରମଣ-ପାଇଁ-ବ୍ୟବହାର-ହେଉଛି-ତୁମ-ଏୟାରସ୍ପେସ୍

ତେହେରାନ ୨।୩: ଇରାନ ଉପରେ ଜାରି ଆକ୍ରମଣରେ ପାକିସ୍ତାନ ଏୟାରସ୍ପେସ୍ ଉପଯୋଗ ହେଉଥିବା ଇରାନୀ କମାଣ୍ଡର ଅଭିଯୋଗ କରିଛନ୍ତି। ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ପାକିସ୍ତାନ ତାର ଏୟାରସ୍ପେସ୍ ଉପଯୋଗ କରିବାକୁ ଅନୁମତି ଦେଇଥିବା କମାଣ୍ଡର କହିଛନ୍ତି। ଇରାନ ରିଭଲ୍ୟୁସନାରୀ ଗାର୍ଡ (ଆଇଆରଜିସି)ର ବରିଷ୍ଠ କମାଣ୍ଡର ଏଥି ପାଇଁ ପାକିସ୍ତାନକୁ ସତର୍କ କରିବା ସହ ଯଦି ଏପରି କରୁଥାଏ ତେବେ ଗୁରୁତର ପରିଣାମ ଭୋଗିବାକୁ ପଡିବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଆମେରିକାକୁ ହୀନ୍ଦ ମହାସାଗରରେ ଥିବା ସାମରିକ ଘାଟି ଡିୟେଗୋ ଗାର୍ସିୟାକୁ ଦେବାରେ ବିଳମ୍ବ କରିଛନ୍ତି। ଏଥି ପାଇଁ ବ୍ରିଟେନ ପ୍ରାୟ ୪୮ ଘଣ୍ଟା ପରେ ଅନୁମତି ଦେଇଛି ଏହା ଛଡା ଏକ ସର୍ତ୍ତ ମଧ୍ୟ ରଖିଛି। ଏଥିରେ ଆମେରିକାକୁ କେବଳ ଇରାନର କ୍ଷେପଣାସ୍ତ୍ର ଘାଟିକୁ ଟାର୍ଗେଟ କରିବାକୁ ବ୍ରିଟେନ ଅନୁମତି ଦେଇଛି। ଏଣୁ ଆମେରିକା ରାଷ୍ଟ୍ରପତି ନିରାଶା ବ୍ୟକ୍ତ କରିଛନ୍ତି।

ଇରାନ ସୋମବାର ମଧ୍ୟପ୍ରାଚ୍ୟର ୪ଟି ଦେଶରେ ଥିବା ଆମେରିକାର ୬ଟି ସାମରିକ ଘାଟି ଉପରେ ମିଜାଇଲ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇ ଥିବାର ସୂଚନା ନାହିଁ। ଇରାନର ଶୀର୍ଷ ଜାତୀୟ ସୁରକ୍ଷା ଅଧିକାରୀ ଅଲି ଲାରିଜାନୀ ଇରାନ ଆମେରିକା ସହ କୌଣସି କଥାବାର୍ତ୍ତା କରିବ ନାହିଁ ବୋଲି ସୋମବାର ସ୍ପଷ୍ଟ କରିଦେଇଛନ୍ତି । ଏହି ବୟାନ ସେହି ସବୁ ରିପୋର୍ଟ ପରେ ଆସିଛି ଯେଉଁଥିରେ ଆମେରିକା ସହ ଇରାନ ପୁଣି କଥାବାର୍ତ୍ତା ଆରମ୍ଭ କରିବାକୁ ଚାହୁଁଛି ବୋଲି କୁହାଯାଇଛି।

Scroll to Top