ଇରାନ ଉପରେ ଇସ୍ରାଏଲର ପ୍ରଚଣ୍ଡ ପ୍ରହାର, ତେହରାନରେ ବିସ୍ଫୋରଣ ଓ ଧୂଆଁରେ ଲୁଚିଗଲା ଆକାଶ

ଇରାନ-ଉପରେ-ଇସ୍ରାଏଲର-ପ୍ରଚଣ୍ଡ-ପ୍ରହାର,-ତେହରାନରେ-ବିସ୍ଫୋରଣ-ଓ-ଧୂଆଁରେ-ଲୁଚିଗଲା-ଆକାଶ

ନୂଆଦିଲ୍ଲୀ ୨୮/୦୨: ଇସ୍ରାଏଲ ଇରାନ ଉପରେ ପ୍ରଚଣ୍ଡ ହମ୍‌ଲା । ଇସ୍ରାଏଲ ଇରାନ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ଆଇଡିଏଫ୍ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରିଛି । ସେପଟେ ଇସ୍ରାଏଲୀ ଆକ୍ରମଣ ପରେ ସାଇରନ୍ ବାଜିବା ଆରମ୍ଭ ହୋଇଛି । ଏହି ଆକ୍ରମଣ ପରେ ଇସ୍ରାଏଲ ଉପରେ ମଧ୍ୟ ପ୍ରତିଶୋଧ ମୂଳକ ଆକ୍ରମଣର ଆଶଙ୍କା ରହିଛି ।

ତେଣୁ ଇସ୍ରାଏଲ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଛି। ଇସ୍ରାଏଲ ଏକ ସ୍ୱତନ୍ତ୍ର ଜରୁରୀକାଳୀନ ପରିସ୍ଥିତି ମଧ୍ୟ ଘୋଷଣା କରିଛି । ଏହି ଆକ୍ରମଣ ପରେ, ଇରାନର ଆକାଶମାର୍ଗକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି । ଇରାନରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଉଛି । ପରିସ୍ଥିତି ଏପରି ହୋଇଛି ଯେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାସ୍ତାରେ କେବଳ ଆମ୍ବୁଲାନ୍ସ ଦେଖାଯାଉଛି।

The U.S. participated in the (Iran) attack and was also carrying out strikes, a U.S. official told the Wall Street Journal https://t.co/lilWME2hjY pic.twitter.com/t2xqZSCjOi

— ANI (@ANI) February 28, 2026

ଏହି ସମୟରେ, ଇରାନର ରାଜଧାନୀ ତେହେରାନରେ ଅନେକ ଜୋରଦାର ବିସ୍ଫୋରଣ ହୋଇଥିବା ରିପୋର୍ଟ କରାଯାଇଛି। ଇରାନୀ ଗଣମାଧ୍ୟମ ଏବଂ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ରାଜଧାନୀର ମଧ୍ୟଭାଗରେ ଅତି କମରେ ତିନୋଟି ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ତଥାପି, ଇରାନୀ ଅଧିକାରୀମାନେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଆକ୍ରମଣକୁ ନିଶ୍ଚିତ କରିନାହାଁନ୍ତି । 

ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ଇରାନ ଓ ଆମେରିକା ମଧ୍ୟରେ ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଚାଲିଛି। ଦୁଇ ଦେଶ ମଧ୍ୟରେ ଗୁରୁବାର ଜେନେଭାରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା ଏବଂ ଆଜି ପାଇଁ ଆଉ ଏକ ପର୍ଯ୍ୟାୟ ସ୍ଥିର କରାଯାଇଥିଲା। ଏହି ସମୟରେ, ସାମରିକ କାର୍ଯ୍ୟାନୁଷ୍ଠାନ କୂଟନୈତିକ ପ୍ରୟାସ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Scroll to Top