ଇରାନର କ’ଣ ସେହି ସର୍ତ୍ତ ଯାହାକୁ ମାନି ନେଇଛି ଆମେରିକା, ଏବେ ଖୋଲିବ କି ହୋର୍ମୁଜ?

ଇରାନର-କ’ଣ-ସେହି-ସର୍ତ୍ତ-ଯାହାକୁ-ମାନି-ନେଇଛି-ଆମେରିକା,-ଏବେ-ଖୋଲିବ-କି-ହୋର୍ମୁଜ?

ଇରାନର କ’ଣ ସେହି ସର୍ତ୍ତ ଯାହାକୁ ମାନି ନେଇଛି ଆମେରିକା, ଏବେ ଖୋଲିବ କି ହୋର୍ମୁଜ?

ଇରାନ-ଆମେରିକା ଶାନ୍ତି ବାର୍ତ୍ତା ଆରମ୍ଭ ହୋଇଯାଇଛି। ଶାନ୍ତି ବାର୍ତ୍ତାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ବୈଠକରେ ଇରାନର ଗୋଟିଏ ସର୍ତ୍ତକୁ ଆମେରିକା ମାନିଥିବା ଜଣାପଡିଛି। ଏଣୁ ଆଲୋଚନାରୁ ଏବେ ସକରାତ୍ମକ ଫଳାଫଳ ଆସିବ ବୋଲି ଆଶା କରାଯାଉଛି।

Published By: Biswanath – Prameya-News7 Bureau | April 11, 2026 02:51 PM

NEWS7

Islamabad talk

ଇସ୍ଲାମାବାଦ: ଆମେରିକା ଓ ଇରାନ ମଧ୍ୟରେ ପାକିସ୍ତାନରେ ଚାଲିଥିବା ଶାନ୍ତି ବାର୍ତ୍ତାକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକା ୧୧ ଏପ୍ରିଲ ଶନିବାର ବୈଠକରେ ଇରାନର ଗୋଟିଏ ସର୍ତ୍ତକୁ ସ୍ୱୀକାର କରିଛି। ନ୍ୟୁଜ୍ ଏଜେନ୍ସୀ ରଏଟର୍ସ ମୁତାବକ ଇରାନ ସୂତ୍ର ସୂଚିତ କରିଛି ଯେ କତାର ଓ ଅନ୍ୟ ବ୍ୟାଙ୍କମାନଙ୍କରେ ଜମା ଇରାନୀ ସମ୍ପତ୍ତି ଜାରି କରିବାକୁ ଆମେରିକା ସହମତ ହୋଇଛି। ସୂତ୍ର ଏହି ପଦକ୍ଷେପକୁ ସ୍ୱାଗତ କରି ଏହାକୁ ଇସ୍ଲାମାବାଦରେ ଆମେରିକା ସହିତ ଆଲୋଚନା ମାଧ୍ୟମରେ କୌଣସି ବୁଝାମଣାରେ ପହଞ୍ଚିବା ଦିଗରେ ଏକ ବଡ ପଦକ୍ଷେପ ମନେ କରାଯାଉଛି। ଯଦି ଇରାନ ଉପରେ ଜାରି କଟକଣା ହଟି ଯାଏ ତେବେ ହୋର୍ମୁଜ ଖୋଲିବାର ସମ୍ଭାବନା ମଧ୍ୟ ବଢିଯିବ। ଇରାନ ହୋର୍ମୁଜ ଉପରେ ତାର ନିୟନ୍ତ୍ରଣ ଓ ଯୁଦ୍ଧରେ ହୋଇଥିବା କ୍ଷତିଭରଣା ଦାବି କରୁଛି।  

ଦୁଇଦେଶଙ୍କ ପ୍ରତିନିଧି ମଣ୍ଡଳ ପାକିସ୍ତାନ ରାଜଧାନୀରେ ଚଳାଇଛନ୍ତି ଆଲୋଚନା
ଏହା ପୂର୍ବରୁ ୬ ସପ୍ତାହ ଧରି ଜାରି ଯୁଦ୍ଧକୁ ସମାପ୍ତ କରିବାକୁ ଇରାନ ଓ ଆମେରିକାର ବରିଷ୍ଠ ନେତା ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ପହଞ୍ଚିଥିଲେ। ତେବେ ଇରାନ ପୂର୍ବରୁ  ଲେବାନନ ଓ କଟକଣା ପ୍ରସଙ୍ଗରେ ମଜଭୁତ ସଂକଳ୍ପ ବିନା ଆଲୋଚନା ସମ୍ଭବ ନୁହେଁ କହି ଶାନ୍ତିବାର୍ତ୍ତାକୁ ନେଇ ସନ୍ଦେହ ସୃଷ୍ଟି କରିଥିଲା। ଶାନ୍ତି ବାର୍ତ୍ତାରେ ଆମେରିକା ପ୍ରତିନିଧି ମଣ୍ଡଳର ନେତୃତ୍ୱ ଉପରାଷ୍ଟ୍ରପତି ଜେ.ଡି ଭେନ୍ସ ନେଉଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶନର ମଧ୍ୟ ଉପସ୍ଥିତ ଅଛନ୍ତି।   

 ​​​​​​​ଖବର ଅପଡେଟ ଜାରି ରହିଛି…

Scroll to Top