- ଏହି ୩ ଜଣଙ୍କ ଉପରେ ଜାନୁୟାରୀ ୮ ତାରିଖ ବିକ୍ଷୋଭ କାଳରେ ପୋଲିସ କର୍ମଚାରୀଙ୍କ ହତ୍ୟା ଅଭିଯୋଗ ଥିଲା
- ଇରାନ ମାନବାଧିକାର ସଙ୍ଗଠନ (ଆଇଏଚଆରଏନଜିଓ) ଏହି ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି
- ଏହା ରାଜତନୈତିକ ଅସହମତିକୁ ଦବାଇବା ପାଇଁ ଓ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଛି
କୋମ ୨୦।୩: ସରକାରୀ ଗଣମାଧ୍ୟମ ଓ ମାନବାଧିକାର ସମୂହଙ୍କ ଅନୁସାରେ ଇରାନ କୋମରେ ଜଣେ ୧୯ ବର୍ଷ ବୟଷ୍କ ଚାମ୍ପିୟନ ରେସ୍ଲର ଓ ଅନ୍ୟ ୨ ଜଣ ବିକ୍ଷୋଭକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। କାର୍ଯ୍ୟକର୍ତ୍ତାଙ୍କ କହିବା କଥା ହେଉଛି ଏହି ପଦକ୍ଷେପ ଅସହମତିକୁ ନେଇ ସରକାରଙ୍କ ବଢୁଥିବା କାର୍ଯ୍ୟାନୁଷ୍ଠାନ। କୁସ୍ତି ଜଗତରେ ଉଦିୟମାନ ତାରକା ସାଲେହ ମୋହମଦୀ, ସାଈଦ ଦାଭୋଦୀ ଓ ମେହେଦୀ ଗସେମୀଙ୍କ ସହିତ ଗୁରୁବାର ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି।
ଏହି ୩ ଜଣଙ୍କ ଉପରେ ଜାନୁୟାରୀ ୮ ତାରିଖ ବିକ୍ଷୋଭ କାଳରେ ପୋଲିସ କର୍ମଚାରୀଙ୍କ ହତ୍ୟା ଅଭିଯୋଗ ଥିଲା। ସରକାରୀ ଗଣମାଧ୍ୟମ ଅନୁସାରେ ଏହି ଫାଶୀ ଦଣ୍ଡ କୋମରେ ଜନତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ଏହି ୩ ଜଣ ୨୦୨୫ ଡିସେମ୍ବର ଶେଷ ସପ୍ତାହରେ ଆରମ୍ଭ ହୋଇଥିବା ତଥା ଜାନୁୟାରୀ ୨୦୨୬ ପର୍ଯ୍ୟନ୍ତ ଜାରି ଦେଶ ବ୍ୟାପୀ ଅଶାନ୍ତି ଓ ବିକ୍ଷୋଭ ପ୍ରଦର୍ଶନରେ ଦଣ୍ଡିତ ପ୍ରଥମ ଜ୍ଞାତ ପ୍ରଦର୍ଶନକାରୀ। ଇରାନ ମାନବାଧିକାର ସଙ୍ଗଠନ (ଆଇଏଚଆରଏନଜିଓ) ଏହି ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି ଓ ଏହା ପରେ ଦେଶରେ ଆହୁରି ଅଧିକ ଫାଶୀ ଦଣ୍ଡ ହୋଇପାରେ ବୋଲି ମଧ୍ୟ ସତର୍କ କରିଛି। ଏନଜିଓ ନିର୍ଦ୍ଦେଶକ ମହମୁଦ ଅମୀରୀ ମୋଗଦ୍ଦାମ କହିଛନ୍ତି ଯେ ‘ଆଜି ଯେଉଁ ବିକ୍ଷୋଭକାରୀଙ୍କୁ ଫାଶୀ ଦିଆଯାଇଛି ସେମାନଙ୍କୁ ନିର୍ଯାତନା ଓ ଚାପରେ ପକାଇ ସ୍ୱୀକାରୋକ୍ତି ଆଧାରରେ ଅନ୍ୟାୟପୂର୍ଣ୍ଣ ମକଦ୍ଦମା ପରେ ଦଣ୍ଡିତ କରାଯାଇଛି’।
ମୋଗଦ୍ଦାମ କହିଛନ୍ତି ଯେ ଆମେ ଏହି ହତ୍ୟାଗୁଡିକୁ ବିନାବିଚାରରେ ହତ୍ୟା ବୋଲି କହିପାରିବା, ଯାହା ରାଜତନୈତିକ ଅସହମତିକୁ ଦବାଇବା ପାଇଁ ଓ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଛି। ଅମୀରୀ ମୋଗଦ୍ଦାମ ଆଗକୁ ଆସିବାକୁ ଥିବା ସମ୍ଭାବିତ ପରିଣାମକୁ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ପ୍ରଦର୍ଶନକାରୀଙ୍କ ସାମୂହିକ ନରସଂହାରର ଏକ ଗୁରୁତର ବିପଦରେ ସମ୍ମୁଖୀନ ହୋଇଛେ। ଏଣୁ ଏଥିରେ ଅନ୍ତର୍ଜାତୀ ସମୂଦାୟ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିବା ଜରୁରି।
State media reported the executions of protesters Saleh Mohammadi, Saeed Davodi and Mehdi Ghasemi who were accused of participating in the murders of two policemen during protests in Qom on 8 January 2026. The executions were carried out “in the presence of a group of people in… pic.twitter.com/nL9LmLaclp
— Iran Human Rights (IHRNGO) (@IHRights) March 19, 2026
ଏଥିରେ ଆମନେଷ୍ଟି ଇଣ୍ଟରନ୍ୟାସନାଲ କହିଛି ଯେ ୩ ଅଭିଯୁକ୍ତଙ୍କୁ ପର୍ଯ୍ୟାପ୍ତ ଆଇନଗତ ସହାୟତା ପ୍ରଦାନ କରାଯାଇ ନାହିଁ ଓ ଜୋର ଜବରଦସ୍ତ ସେମାନଙ୍କୁ ଘଟଣାରେ ସାମିଲ ଥିବା ସ୍ୱୀକାର କରାଇ ହତ୍ୟା କରାଯାଇଛି। ଏହା ଛଡା ଏହି ମାମଲାକୁ ତରବରିଆ ଭାବେ ଚଳାଯାଇ ସେମାନଙ୍କୁ ମୃତ୍ୟୁଦଣ୍ଡ ରେ ଦଣ୍ଡିତ କରାଯାଇଛି। କୌଣସି ସାର୍ଥକ ମକଦ୍ଦମା ସହିତ ଏହାର କୌଣସି ତାଳମେଳ ନାହିଁ। ସେହିପରି ଇରାନର ଅଥଲେଟ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ନିମା ଫାର ଏହି ଫାଶୀକୁ ସ୍ପଷ୍ଟ ରୂପେ ରାଜନୈତିକ ହତ୍ୟା ବୋଲି କହିଛନ୍ତି।
ସେ କହିଛନ୍ତି ଯେ ଏହି ମାମଲା ୨୦୨୦ରେ ଇରାନୀ ରେସ୍ଲର ନାଭିଦ ଅଫକାରୀଙ୍କୁ ଦିଆଯାଇଥିବା ଫାଶୀର ସ୍ମୃତିକୁ ତାଜା କରିଛି, ଯାହା ଅତୀତରେ ବୈଶ୍ୱିକ ସ୍ତରରେ ଅସନ୍ତୋଷର କାରଣ ପାଲଟିଥିଲା। ଏଣୁ ଫାର ଅନ୍ତର୍ଜାତୀୟ କ୍ରିଡା ସଂସ୍ଥାଙ୍କୁ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଆଗ୍ରହ କରିଛନ୍ତି। ସେ କହିଛନ୍ତି ଇରାନକୁ ଅନ୍ତର୍ଜାତୀୟ ପ୍ରତିଯୋଗିତାମାନଙ୍କରୁ ସେ ପର୍ଯ୍ୟନ୍ତ ନିଷିଦ୍ଧ କରାଯିବା ଦରକାର ଯେ ପର୍ଯ୍ୟନ୍ତ ଦେଶ ପ୍ରଦର୍ଶନକାରୀ ଓ ଖେଳାଳିଙ୍କ ଫାଶୀଦଣ୍ଡ ବନ୍ଦ ନ କରିଛି। ଏହି ଫାଶୀ ଚଳିତବର୍ଷ ପ୍ରାରମ୍ଭରେ ହୋଇଥିବା ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ହୋଇଛି, ଯେଉଁଥିରେ ହଜାର ହଜାର ଲୋକେ ଗିରଫ ହୋଇଥିଲେ।




