ଇମେଲ ବଦଳରେ ଜୋହୋ ମେଲ୍ ବ୍ୟବହାର କରିବେ ଅମିତ ଶାହ, ପୋଷ୍ଟରେ ଦେଲେ ନୂଆ ଇମେଲ ଆଡ୍ରେସ

ଇମେଲ-ବଦଳରେ-ଜୋହୋ-ମେଲ୍-ବ୍ୟବହାର-କରିବେ-ଅମିତ-ଶାହ,-ପୋଷ୍ଟରେ-ଦେଲେ-ନୂଆ-ଇମେଲ-ଆଡ୍ରେସ

ଇମେଲ ବଦଳରେ ଜୋହୋ ମେଲ୍ ବ୍ୟବହାର କରିବେ ଅମିତ ଶାହ, ପୋଷ୍ଟରେ ଦେଲେ ନୂଆ ଇମେଲ ଆଡ୍ରେସ

Published By: Chikun – Prameya-News7 Bureau | October 08, 2025 09:42 PM

NEWS7

Amit Shah goes desi with Zoho mail

ନୂଆଦିଲ୍ଲୀ:  ଏଣିକି ଯୋଗାଯୋଗ ପାଇଁ ଜୋହୋ ମେଲ୍‌ ବ୍ୟବହାର କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଆମେରିକାର ଟାରିଫ ମାଡ ମଧ୍ୟରେ ସରକାରଙ୍କ ସ୍ୱଦେଶୀ ନୀତି ଯୋଗୁ ଶାହ ବୁଧବାର ଜୋହୋ ପ୍ଲାଟଫର୍ମ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଏହା ସହ ଅମିତ ଶାହ ନିଜ ନୂଆ ଇମେଲ ଆଡ୍ରେସ amitshah.bjp@ zohomail.inକୁ ମଧ୍ୟ ସେୟାର କରିଛନ୍ତି।

ପ୍ରକୃତରେ ଟ୍ରମ୍ପଙ୍କ ଟାରିଫ ବୋମା ଯୋଗୁ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ଯାହା ଫଳରେ ଭାରତରେ ବିଭିନ୍ନ ଆମେରିକୀୟ କମ୍ପାନୀମାନଙ୍କ ଆପ୍ଲିକେସନକୁ ବୟକଟ କରିବାର ଟ୍ରେଣ୍ଡ ଆରମ୍ଭ ହୋଇଛି। ସରକାର ମଧ୍ୟ ଏ ଦିଗରେ ସ୍ୱଦେଶୀ ଆପଣେଇବାର ଚିନ୍ତାଧାରାକୁ ସମର୍ଥନ କରୁଛନ୍ତି।

ଜୋହୋ ଏକ ଭାରତୀୟ ଟେକ୍ କମ୍ପାନୀ ହୋଇଥିବାବେଳେ ଏହା ଆମେରିକୀୟ କମ୍ପାନୀ ଗୁଗଲର ଏକ ବଡ ପ୍ରତିଦ୍ବନ୍ଦ୍ବି। ଏଣୁ ଭାରତ ସରକାର ଜୋହୋ ପ୍ଲାଟଫର୍ମ ବ୍ୟବହାର ଉପରେ ଜୋର ଦେବାରେ ଲାଗିଛନ୍ତି। ଭାରତୀୟମାନେ ମଧ୍ୟ ଏହାକୁ ଖୋଲା ସମର୍ଥନ ଦେଉଛନ୍ତି। ହ୍ୱାଟସଆପର ବିକଳ୍ପ ଭାବେ ଭାରତୀୟମାନେ ଜୋହୋର ଆରାଟାଇ ଆପ ବ୍ୟହାର କରିବାକୁ ଲାଗିଲେଣି।

Scroll to Top