ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷରେ ଶ୍ରେୟସ ନୂଆ କ୍ୟାପ୍ଟେନ୍ : ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ଇଂଲଣ୍ଡ-ଏବଂ-ଆୟାରଲ୍ୟାଣ୍ଡ-ବିପକ୍ଷରେ-ଶ୍ରେୟସ-ନୂଆ-କ୍ୟାପ୍ଟେନ୍-:-ଦଳରେ-ସାମିଲ-ହେଲେ-ବୈଭବ-ସୂର୍ଯ୍ୟବଂଶୀ

ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷରେ ଶ୍ରେୟସ ନୂଆ କ୍ୟାପ୍ଟେନ୍ : ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

କ୍ୟାପ୍ଟେନ୍ ହେଲେ ଶ୍ରେୟସ ଆୟର । ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ବୈଭବ ସୂର୍ଯ୍ୟବଂଶୀ । ଶନିବାର ଆୟାରଲ୍ୟାଣ୍ଡ୍ ଏବଂ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ଟି୨୦ ଟିମ୍ ଘୋଷଣା କରାଯାଇଛି । ଏଥିରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ପଦ ମିଳିଛି । ସେହିପରି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରାଯାଇଛି । 

Published By: Ankit M – Prameya-News7 Bureau | June 06, 2026 01:41 PM

NEWS7

sreyas iyer

ମୁମ୍ବାଇ,|୦୬କ୍ୟାପ୍ଟେନ୍ ହେଲେ ଶ୍ରେୟସ ଆୟର । ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ବୈଭବ ସୂର୍ଯ୍ୟବଂଶୀ । ଶନିବାର ଆୟାରଲ୍ୟାଣ୍ଡ୍ ଏବଂ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ଟି୨୦ ଟିମ୍ ଘୋଷଣା କରାଯାଇଛି । ଏଥିରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ପଦ ମିଳିଛି । ସେହିପରି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରାଯାଇଛି । 

ଶନିବାର ବିସିସିଆଇ ସୋସିଆଲ ମିଡିଆ ପେଜ୍ ଏକ୍ସ ଯୋଗେ ଦଳ ଘୋଷଣା ନେଇ ତଥ୍ୟ ରଖିଛି । ବିସିସିଆଇ ଅନୁସାରେ, ଉଭୟ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି20 ସିରିଜ୍ ପାଇଁ ଶ୍ରେୟସ ଆୟରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା ଯେ ଉଭୟ ସିରିଜରୁ ସୂର୍ଯ୍ୟ କୁମାର ଯାଦବଙ୍କୁ ବାଦ୍ ଦିଆଯାଇଛି ।

ତେବେ ଦୀର୍ଘଦିନ ହେବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରିବା ନେଇ ଦାବି ହେଉଥିଲା । ଶେଷରେ ବିସିସିଆଇ ତାଙ୍କୁ ସିରିଜ୍ ପାଇଁ ସାମିଲ କରିଛି । ଅର୍ଥାତ ସେ ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବେ । ଅର୍ଥାତ ସଚିନ ତେନ୍ଦୁଲକରଙ୍କ ସବୁଠୁ କମ୍ ବୟସରେ ପଦାର୍ପଣର ରେକର୍ଡ ଭାଙ୍ଗିବାକୁ ସେ ଯାଉଛନ୍ତି ।

Presenting #TeamIndia‘s T20I squads for the tours of England & Ireland 2026 🇮🇳#ENGvIND | #IREvIND pic.twitter.com/f84kSSAIDf

— BCCI (@BCCI) June 6, 2026

Scroll to Top