ଆସନ୍ତା ୨୭ରେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି

ଆସନ୍ତା-୨୭ରେ-ଓଡ଼ିଶା-ବିଧାନସଭାରେ-ଉଦବୋଧନ-ଦେବେ-ରାଷ୍ଟ୍ରପତି

ଆସନ୍ତା ୨୭ରେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି

Published By: Ruby – Prameya-News7 Bureau | November 18, 2025 05:52 PM

NEWS7

Odisha Assembly

ଭୁବନେଶ୍ବର ୧୮୧୧:ଆସନ୍ତା ୨୭ତାରିଖରେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି,ରାଷ୍ଟ୍ରପତିଙ୍କୁ ଆମେ ନିମନ୍ତ୍ରଣ କରିଥିଲୁ । ଆସନ୍ତା ୨୭ ତାରିଖରେ ସେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ। ମନ୍ତ୍ରୀ ଭାବେ ଯେଉଁ ଚାମ୍ବରରେ ରାଷ୍ଟ୍ରପତି ବସୁଥିଲେ ସେଠାକୁ ମଧ୍ୟତାଙ୍କୁ ନିଆଯିବ । ଅପରାହ୍ନ ସାଢେ ଟାରେ ଉଦବୋଧନ ଦେବେ ରାଷ୍ଟ୍ରପତି। ରାଜଭବନ ପରିସରରେ ଏକ ଅତିଥି ଭବନର ଉଦଘାଟନ ମଧ୍ୟ କରିବେ ରାଷ୍ଟ୍ରପତି

ସେପଟେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି ଅନ୍ୟ ଦେଶର ନିର୍ବାଚିତ ପ୍ରତିନିଧି । ୧୨ଟି ଦେଶର ୪୦ଜଣ ନିର୍ବାଚିତ ପ୍ରତିନିଧିଅଧିକାରୀ ଆସିଛନ୍ତି । ଏହି ପ୍ରତିନିଧି ମାନେ ମଙ୍ଗଳବାର ଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ଏହି ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରାଗଲା । ଓଡ଼ିଶା ବିଧାନସଭାର ବିଧି ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ଓଡ଼ିଶା ବିଧାନସଭାର କାର୍ଯ୍ୟବିଧିକୁ ଅନୁଧ୍ୟାନ କଲେ ।ଏହିପ୍ରତିନିଧି ମଣ୍ଡଳୀ ଏଠାରେ ତିନି ଦିନ ରହିବେ ବୋଲି ବାଚସ୍ପତି କହିଛନ୍ତି

Scroll to Top