ଆରମ୍ଭ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା ୨୦୨୫, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଉଦଘାଟନ

ଆରମ୍ଭ-ହେଲା-ପାରାଦୀପ-କଳିଙ୍ଗ-ବାଲିଯାତ୍ରା-୨୦୨୫,-ମୁଖ୍ୟମନ୍ତ୍ରୀ-ମୋହନ-ମାଝୀ-କଲେ-ଉଦଘାଟନ

ଆରମ୍ଭ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା ୨୦୨୫, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଉଦଘାଟନ

Published By: Chikun – Prameya-News7 Bureau | November 04, 2025 08:57 PM

NEWS7

Paradeep Kalinga Bali Jatra 2025 begins.

ପାରାଦୀପ: ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା ୨୦୨୫। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାରାଦୀପର ଐତିହାସିକ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରିଛନ୍ତି। ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଥିବା ପାରାଦୀପ କଳିଙ୍ଗ ବାଲିଯାତ୍ରାରେ ଚଳିତ ବର୍ଷ ପାଖାପାଖି ୫୦୦ରୁ ଉର୍ଦ୍ଧ୍ବ ଷ୍ଟଲ ପଡ଼ିଥିବାବେଳେ ପ୍ରାୟ ୪୦୦ ଉଠା ଦୋକାନୀ ରହିଛନ୍ତି।

ଓରମାସ ତରଫରୁ ଜିଲ୍ଲା ତଥା ଜିଲ୍ଲା ବାହାର ଓ ରାଜ୍ୟ ବାହାରର ମହିଳା ଗୋଷ୍ଠୀ ଦ୍ବାରା ଉତ୍ପାଦିତ ସାମଗ୍ରୀ ବିକ୍ରୟ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଚଳିତ ବର୍ଷ ୭ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିଭଳି ବୁଧବାର ସକାଳେ ମଧ୍ୟ ମୁଖ୍ୟମନ୍ତ୍ରୀ ପାରାଦୀପ ବନ୍ଦର ପକ୍ଷରୁ ବନ୍ଦର ପୋତାଶ୍ରୟରେ ଆୟୋଜିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେଇ ସୁସଜ୍ଜିତ ବୋଇତକୁ ପତକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Scroll to Top