ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟେରାନ, ଚାଲିଗଲେ ଦେବୀ ରଥ

ଆରପାରିରେ-ଓଡ଼ିଶା-ଯାତ୍ରା-ଦୁନିଆର-ଭେଟେରାନ,-ଚାଲିଗଲେ-ଦେବୀ-ରଥ

ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟେରାନ, ଚାଲିଗଲେ ଦେବୀ ରଥ

Published By: Prativa – Prameya-News7 Bureau | November 05, 2025 09:29 AM

NEWS7

yatra actor

ଭୁବନେଶ୍ୱର ୦୫/୧୧: ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ। ୭୧ ବର୍ଷ ବୟସରେ ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ନିଜ ଗାଁରେ ଅଛି ତାଙ୍କ ମର ଶରୀର । ତେବେ ଡିଜେ ସାଉଣ୍ଡ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକଙ୍କ ଅଭିଯୋଗ। ସେପଟେ ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । 

ସୂଚନା ଥାଉକି, ଯାତ୍ରା ଜଗତର ସିଏ ବାପା ଭାବେ ଥିଲେ ଖ୍ୟାତ୍ । ଜଣେ ଉଚ୍ଚକୋଟୀର କଳାକାର । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ କରିଛନ୍ତି ଅଭିନୟ । ୫୦ ବର୍ଷରୁ ଅଧିକ ସମୟ ଓଡ଼ିଆ ଯାତ୍ରା ଜଗତରେ ରାଜ କରିଥିଲେ । ଅଭିନେତା ଭାବରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଦେବୀ । ଅନେକ ଅପେରା ସହ କାମ କରିଛନ୍ତି । ତାଙ୍କର ଅଭିନୟ ଳୋକଙ୍କ ଇମୋସନାଲ କରିଛି । ବର୍ଷ ବର୍ଷ ଅଭିଜ୍ଞତା ସହିତ ଜଣେ ଦକ୍ଷ ଓଡ଼ିଆ ଯାତ୍ରା କଳାକାର ଭାବେ ସେ କରିଥିଲେ ଅଭିନୟ । 
 

Scroll to Top