‘ଆମ ସିଷ୍ଟମରେ କ୍ୟାନସର ରହିଛି’, ଭାରତଠୁ ଶୋଚନୀୟ ପରାଜୟ ପରେ ଇଣ୍ଡିଜ କ୍ରିକେଟ୍ କୋଚଙ୍କ କ୍ଷୋଭ

‘ଆମ-ସିଷ୍ଟମରେ-କ୍ୟାନସର-ରହିଛି’,-ଭାରତଠୁ-ଶୋଚନୀୟ-ପରାଜୟ-ପରେ-ଇଣ୍ଡିଜ-କ୍ରିକେଟ୍-କୋଚଙ୍କ-କ୍ଷୋଭ

ନୂଆଦିଲ୍ଲୀ: ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଅକ୍ଟୋବର ୧୦ରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜକୁ ସହଜରେ ପରାସ୍ତ କରିଛି। ଏହି ପରାଜୟ ପରେ ଓ୍ଵେଷ୍ଟଇଣ୍ଡିଜର ମୁଖ୍ୟ କୋଚ୍ ଡାରେନ ସାମି ସ୍ଵୀକାର କରିଛନ୍ତି ଯେ, ତାଙ୍କ ଦଳ ସମାଲୋଚନାର ପାତ୍ର। ମାତ୍ର ତାଙ୍କର କହିବା କଥା କେବେ କ୍ରିକେଟ୍ ଜଗତରେ ଦୁର୍ଦ୍ଦଷ ଟିମ୍  ଥିବା ଓ୍ଵେଷ୍ଟଇଣ୍ଡିଜ ଦଳର ପତନ ନିକଟରେ ନିଆଯାଇଥିବା ନିଷ୍ପତ୍ତି କାରଣରୁ ହୋଇ ନାହିଁ ବରଂ ଦଶନ୍ଧିର ପୁରୁଣା ତ୍ରୁଟି କାରଣରୁ ଆଜି ଦଳର ଏମିତି ସ୍ଥିତି।

ଭାରତ ବିପକ୍ଷ ଦିଲ୍ଲୀରେ ଖେଳା ଯିବାକୁ ଥିବା ଦ୍ଵିତୀୟ ଟେଷ୍ଟ ପୂର୍ବରୁ ପୂର୍ବତନ ଅଧିନାୟକ କହିଛନ୍ତି, ସେ ଏହା ଉପରେ ଆଲୋଚନା କରିଛନ୍ତି ଯେ, ଓ୍ଵେଷ୍ଟଇଣ୍ଡିଜ କଣ ପାଇଁ ଗତ ଚାରି ଦଶନ୍ଧିରେ ଭାରତଠୁ କାହିଁକି ଟେଷ୍ଟ ସିରିଜ୍ ଜିତି ନାହିଁ। ଡାରେନ ସାମି ସ୍ଵୀକାର କରିଛନ୍ତି ଯେ, ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ସାମ୍ନାରେ ଆଗାମୀ ଦିନରେ ଥିବା ଆହ୍ଵାନ କେତେ ବଡ଼ ରହିଛି। ମୋତେ ଜଣା ଯେ, ମୁଁ ଏବେ ତଦନ୍ତ ଘେରରେ ରହିଛି। ମାତ୍ର ସମସ୍ୟା ଦୁଇ ବର୍ଷ ପୂର୍ବରୁ ଆରମ୍ଭ ହୋଇ ନ ଥିଲା। ଏହା ବହୁତ ପୂର୍ବରୁ ଚାଲି ଆସିଛି। ସାମି ଏହି ସଙ୍କଟକୁ କ୍ୟାନସର ସହ ତୁଳନା କରିଛନ୍ତି, ଯାହା ଅନେକ ପିଢି ପର୍ଯ୍ୟନ୍ତ ବ୍ୟାପି ସାରିଛି।

ଏହା ଏକ କ୍ୟାନସର ପରି ଯାହା ସିଷ୍ଟମରେ ପ୍ରଥମରୁ ରହିଛି। ଯଦି ଆପଣ କ୍ୟାନସର ଚିକିତ୍ସା ନ କରନ୍ତି ତେବେ ଆପଣ ଜାଣିଛନ୍ତି ପରିଣାମ କଣ ହୁଏ। କାରଣ ବର୍ତ୍ତମାନ ସ୍ତନ କର୍କଟର ମାସ। ଏଥିପାଇଁ ଏହି ଉଦାହରଣ ଏବେ ଦେବା ଠିକ୍ ହେବ। ଆମର ସମସ୍ୟା ମାଟିରେ ନୁହେଁ ପୂରା ମୂଳରେ ରହିଛି।

ସାମି କହିଛନ୍ତି, ପ୍ରଥମ ଟେଷ୍ଟ ଇନିଂସ ଓ ୧୪୦ ରନରେ ହାରିବା ପୁଣି ଥରେ ଦର୍ଶାଇଛି ଯେ, ଓ୍ଵେଷ୍ଟଇଣ୍ଡିଜ  ଦୁନିଆର ଶୀର୍ଷ ଦଳ ମଧ୍ୟରେ କେତେ ବଡ଼  ବ୍ୟବଧାନ ରହିଛି। ଆମେ କେବଳ ସେହି ଖେଳାଳିଙ୍କ ସହ କାମ କରି ପାରିବୁ ଯିଏ ବର୍ତ୍ତମାନ ଆମ ସହ ଅଛନ୍ତି ଏବଂ ଯିଏ ପ୍ରସ୍ତୁତ ଅଛି। ଦୁନିଆର କିଛି ଫ୍ରାଞ୍ଚାଇଜ ଟିମ ତୁଳନାରେ ଆମର ସ୍ଥିତି ବହୁତ ଦୁର୍ବଳ ରହିଛି।  

Scroll to Top