ଆମେରିକା ସହ ଉତ୍ତେଜନା ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ହେବ ଜୟଶଙ୍କରଙ୍କ ରୁଷ୍ ଗସ୍ତ , ଅନେକ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

ଆମେରିକା-ସହ-ଉତ୍ତେଜନା-ମଧ୍ୟରେ-ଗୁରୁତ୍ତ୍ୱପୂର୍ଣ୍ଣ-ହେବ-ଜୟଶଙ୍କରଙ୍କ-ରୁଷ୍-ଗସ୍ତ-,-ଅନେକ-ପ୍ରସଙ୍ଗ-ଉପରେ-ହୋଇପାରେ-ଆଲୋଚନା

ନୂଆଦିଲ୍ଲୀ : ଆମେରିକା ସହ ଟାରିଫ୍ ମାମଲା ନେଇ ଉତ୍ତେଜନା ବୃଦ୍ଧି ମଧ୍ୟରେ ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଗାମୀ ସପ୍ତାହରେ ରୁଷ୍‌ ଗସ୍ତରେ ଯାଉଛନ୍ତି। ଭାରତ ଓ ରୁଷ୍‌ ପକ୍ଷରୁ ଏହା ସ୍ପଷ୍ଟ କରି ଦିଆ ଯାଇଛି। ଏହି ଯାତ୍ରା ବେଳେ ବିଦେଶ ମନ୍ତ୍ରୀ ଅନେକ ହାଇ ପ୍ରୋଫାଇଲ ବୈଠକରେ ଭାଗ ନେବେ, ଯେଉଁଠି ଭାରତ ଓ ରୁଷ୍‌ର ଦ୍ୱିପାକ୍ଷୀୟ ସମ୍ୱନ୍ଧ ବ୍ୟତୀତ ଜରୁରୀ ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ମଧ୍ୟ ଆଲୋଚନା କରାଯିବ।

ସୂଚନା ଆଧାରରେ , ନିଜର ଦୁଇ ଦିବସୀୟ ଗସ୍ତ ବେଳେ ଜୟଶଙ୍କର ୨୧ଅଗଷ୍ଟରେ ରୁଷୀୟ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଏକ ବୈଠକ କରିବେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରମୁଖ ଦ୍ୱିପାକ୍ଷୀୟ ଓ ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ଆଲୋଚନାର ଆଶା ରହିଛି। ସରକାରଙ୍କ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଦୁଇ ନେତା କିଛି ଜରୁରୀ ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ଆଲୋଚନା କରିବେ। ଏହା ପୂର୍ବରୁ ବିଦେଶ ମନ୍ତ୍ରୀ ରସିୟନ ଇଣ୍ଡିଆନ କମିଶନ ଅନ୍ ଟ୍ରେଡ୍‌ , ଇକୋନମିକ , ସାଇଣ୍ଟିଫିକ୍‌ , ଟେକ୍ନିକାଲ ଓ କଲଚରାଲ ସହଯୋଗର ୨୬ତମ ବୈଠକରେ ମଧ୍ୟ ଭାଗ ନେବେ। 

ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଅର୍ଥରେ ସ୍ୱତନ୍ତ୍ର। ରୁଷ୍‌ ଠାରୁ ତେଲ କ୍ରୟ କରିବା ପାଇଁ ଭାରତ ଉପରେ ଜୋରିମନା ଲଗେଇବାକୁ ଘୋଷଣା କରିଛି ଆମେରିକା। ଆମେରିକୀୟ ରାଷ୍ଟ୍ରପତି ବାରମ୍ୱାର ଭାରତ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇ ଭାରତ ଓ ରୁଷ୍‌ ମଧ୍ୟରେ ଦୃଢ ବ୍ୟାପାରିକ ପାର୍ଟନରସିପ୍‌ର କଥାକୁ ଦୋହରାଇଛନ୍ତି। ଟ୍ରମ୍ପ ଭାରତ ଓ ରୁଷ୍‌ର ଅର୍ଥବ୍ୟବସ୍ଥାକୁ ମୃତ ମଧ୍ୟ କହି ଦେଇ ଥିଲେ। ବିଶେଷଜ୍ଞଙ୍କ ମୁତାବିକ, ଟ୍ରମ୍ପଙ୍କୁ ଭାରତ ଓ ରୁଷ୍‌ର ବନ୍ଧୁତା ସହ୍ୟ ହେଉ ନାହିଁ ଏବଂ ଏଥିପାଇଁ ସେ ଏହାକୁ ଦୁର୍ବଳ କରିବାରେ ପୂରା ଶକ୍ତି ଲଗାଇ ଦେଇଛନ୍ତି। ହେଲେ ଭାରତ ଏହା ସ୍ପଷ୍ଟ କରିଦେଇଛି ଯେ, ସେ ନିଜ ଦେଶର ହିତ ରକ୍ଷା ପାଇଁ ସମସ୍ତ ଜରୁରୀ ପଦକ୍ଷେପ ନେବ ଏବଂ କୌଣସି ଚାପରେ ମୁଣ୍ଡ ନୁଆଁଇବ ନାହିଁ। 

Scroll to Top