ନୂଆଦିଲ୍ଲୀ: ଭାରତ ଧୀରେ ଧୀରେ ନିଜର ନୀତିରେ ସୁଧାର ଆଣୁଛି। ନିବେଶ ପାଇଁ ନାନା ସୁବିଧା ସୁଯୋଗ ସୃଷ୍ଟି କରୁଛି। ଏଥିପାଇଁ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ଭାରତରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ୬୦ ପ୍ରତିଶତ ଆମେରିକା, ୟୁକେ, ଚାଇନା ଓ ହଂକଂ କମ୍ପାନୀଗୁଡ଼ିକ ଭାରତରେ ନିବେଶ କରିବାକୁ ଯୋଜନା କରୁଛନ୍ତି। ଏନେଇ ଏକ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି।
ଷ୍ଟାଣ୍ଡାର୍ଡ ଚାର୍ଟର୍ଡର ସଦ୍ୟତମ ରିପୋର୍ଟ “ବାଣିଜ୍ୟର ଭବିଷ୍ୟତ: ସ୍ଥିରତା” ଅନୁଯାୟୀ, ଭାରତ ସେହି କମ୍ପାନୀଗୁଡ଼ିକର ପସନ୍ଦର ବଜାର ହୋଇଛି, ଯେଉଁମାନେ ନିଜର ବାଣିଜ୍ୟ ଏବଂ ଉତ୍ପାଦନ ରଣନୀତିକୁ ପୁନଃ ବ୍ୟବବସ୍ଥିତ କରିବାକୁ ଚାହୁଁଛନ୍ତି। ରିପୋର୍ଟରେ ବିଶ୍ୱରେ କର୍ପୋରେଟ୍ ପ୍ରାଥମିକତରେ ସ୍ପଷ୍ଟ ପରିବର୍ତ୍ତନ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।
ଏହି ସର୍ଭେରେ ୧୭ଟି ପ୍ରମୁଖ ବଜାର ଏବଂ ଚାରୋଟି ଶିଳ୍ପର ୧,୨୦୦ ମୁଖ୍ୟ ଅଧିକାରୀ ଏବଂ ବରିଷ୍ଠ କର୍ମଚାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ପ୍ରାୟ ଅଧା କମ୍ପାନୀ ଭାରତ ସହିତ ନିଜର ବାଣିଜ୍ୟ କାର୍ଯ୍ୟକଳାପକୁ ବୃଦ୍ଧି କିମ୍ବା ବଜାୟ ରଖିବାକୁ ଯୋଜନା କରୁଛନ୍ତି ବୋଲି ସର୍ଭେର ଜଣାପଡ଼ିଛି। ସେହିପରି, ପ୍ରତି ପାଞ୍ଚଟି କମ୍ପାନୀ ମଧ୍ୟରୁ ଦୁଇଟି କମ୍ପାନୀ ଭାରତରେ ସେମାନଙ୍କର ଉତ୍ପାଦନ ଉପସ୍ଥିତିକୁ ବିସ୍ତାର କରିବାକୁ କିମ୍ବା ଜାରି ରଖିବାକୁ ଚାହୁଁଛନ୍ତି। ବିଶେଷକରି, ଆମେରିକା, ୟୁକେ, ଚୀନ୍ ଏବଂ ହଂକଂର ୬୦ ପ୍ରତିଶତରୁ ଅଧିକ କର୍ପୋରେଟ୍ ଭାରତ ସହିତ ବାଣିଜ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି।
ବିଶ୍ୱସ୍ତରୀୟ କର୍ପୋରେଟଗୁଡ଼ିକ ନିବେଶ ପାଇଁ ପସନ୍ଦର ଶ୍ରେଷ୍ଠ ୬ଟି ବଜାର:
|
ମାର୍କେଟ |
ସୋର୍ସିଂ |
ମେନୁଫେକ୍ଚରିଂ |
ଏକ୍ସପୋର୍ଟ |
|
ଭାରତ |
୪୭% |
୪୧% |
୪୮% |
|
ମାଲେସିଆ |
୩୫% |
୩୧% |
୩୭% |
|
ମେନଲ୍ୟାଣ୍ଡ ଚାଇନା |
୩୧% |
୨୬% |
୩୩% |
|
ଇଣ୍ଡୋନେସିଆ |
୨୩% |
୨୦% |
୨୩% |
|
ୟୁଏଇ |
୧୮% |
୧୮% |
୨୧% |
|
ୟୁନାଇଟେଡ୍ ଷ୍ଟେଟ୍ |
୧୬% |
୯% |
୧୯% |
ବିଶ୍ୱ ସ୍ତରରେ, ବାଣିଜ୍ୟ ଶୁଳ୍କ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇ ରହିଥିଲେ ମଧ୍ୟ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି କ୍ରମଶଃ କର୍ପୋରେଟ୍ ରଣନୀତିକୁ ଆକାର ଦେଉଛି ବୋଲି ରିପୋର୍ଟରେ କୁହାଯାଇଛି। ପ୍ରାୟ ୫୩ ପ୍ରତିଶତ ଉତ୍ତରଦାତା ଏହି କାରଣଗୁଡ଼ିକୁ ବିଶ୍ୱ ବାଣିଜ୍ୟର ଭବିଷ୍ୟତକୁ ପ୍ରଭାବିତ କରୁଥିବା ପ୍ରମୁଖ ବାହକ ଭାବରେ ଉଲ୍ଲେଖ କରିଛନ୍ତି।
କେବଳ ସେତିକି ନୁହେଁ ଭୂରାଜନୀତି ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଆମେରିକା ସମ୍ପ୍ରତି ଭାରତୀୟ ରପ୍ତାନି ଉପରେ ୫୦% ଶୁଳ୍କ ଲଗାଇଛି, ଯେଉଁଥିରେ ନୂଆଦିଲ୍ଲୀର ଋଷୀୟ ତୈଳ ଆମଦାନୀ ସହିତ ଜଡିତ ୨୫% ଜରିମାନା ଅନ୍ତର୍ଭୁକ୍ତ। ବ୍ୟବସାୟଗୁଡ଼ିକ ଅନୁକୂଳନ ପାଇଁ ନୂଆ ଉପାୟ ଖୋଜୁଥିବା ବେଳେ, ଏହି ପ୍ରକାରର ପଦକ୍ଷେପ ବିଶ୍ୱ ବାଣିଜ୍ୟରେ ବଢ଼ୁଥିବା ଭେଦକୁ ଉଜାଗର କରୁଛି।




