ଆମେରିକାର F-35 ପରେ ଏବେ ଆକାଶରେ ଇସ୍ରାଏଲ ଯୁଦ୍ଧବିମାନକୁ ଟାର୍ଗେଟ୍ କଲା ଇରାନ

ଆମେରିକାର-f-35-ପରେ-ଏବେ-ଆକାଶରେ-ଇସ୍ରାଏଲ-ଯୁଦ୍ଧବିମାନକୁ-ଟାର୍ଗେଟ୍-କଲା-ଇରାନ
  • ଶତ୍ରୁର ଯୁଦ୍ଧବିମାନକୁ ଏବେ ଆକାଶରେ ଟାର୍ଗେଟ୍ କରିପାରୁଛି ଇରାନ
  • ଶୁକ୍ରବାର ଇରାନ ଆମେରିକାର ଏକ ଏଫ-୩୫ ଯୁଦ୍ଧ ବିମାନକୁ ଜଖମ କରିଥିଲା
  • ଦିନକ ପରେ ଇସ୍ରାଏଲ ବିମାନ ଆକ୍ରମଣ କାଳରେ ଇରାନ ଏସଏଏମଏସ ମିଜାଇଲରେ ଟାର୍ଗେଟ୍ କରିଛି

ତେହେରାନ ୨୧।୩: ଇରାନ ସେନା ଆମେରିକା ଏଫ-୩୫ ଷ୍ଟିଲଥ୍ ଯୁଦ୍ଧବିମାନକୁ ଜଖମ କରିବାର ଦିନକ ପରେ ଅର୍ଥାତ ୨୧ ମାର୍ଚ୍ଚ ଶନିବାର ଇସ୍ରାଏଲର ଏକ ଯୁଦ୍ଧବିମାନକୁ ଚାର୍ଗେଟ୍ କରିଥିବା ଜଣାପଡିଛି । ‘ତେହେରାନ ଟାଇମ୍ସ’ ରିପୋର୍ଟ ଅନୁସାରେ ଏହି ଦାବି ନିଜେ ଇସ୍ରାଏଲ କରିଛି ଓ ଏହା ସଠିକ ଖବର। ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା କହିଛି ଯେ ଇରାନ ଆକାଶରେ ଅପରେସନ କାଳରେ ଆମର ଏକ ଯୁଦ୍ଧ ବିମାନ ଉପରକୁ ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ମିଜାଇଲରେ ଆକ୍ରମଣ ହୋଇଥିଲା। ତେବେ ଇସ୍ରାଏଲର କେଉଁ ଫାଇଟର ଜେଟ ଇରାନ ଟାର୍ଗେଟକୁ ଆସିଥିଲା ତାହା ସ୍ପଷ୍ଟ କରାଯାଇ ନାହିଁ।

— Tehran Times (@TehranTimes79) March 21, 2026

ଅଳ୍ପକେ ବର୍ତ୍ତି ଯାଇଛି ବିମାନ
ଇସ୍ରାଏଲ ଆକ୍ରମଣ କଥା ସ୍ୱୀକାର କରିଥିବା ବେଳେ ଯୁଦ୍ଧବିମାନକୁ ପାଇଲଟ ନିଜ ବୁଦ୍ଧି ବଳରେ ସୁରକ୍ଷିତ ଫେରସ୍ତ ନେଇପାରିଥିବା କହିଛି। ଇସ୍ରାଏଲ ଟାଇମ ଅନୁସାରେ ଆଇଏଏଫ କହିଛି ଯେ ବାୟୁସେନାର ଏକ ଫାଇଟର ଜେଟ୍ ଇରାନ ଆକାଶରେ ଆଣ୍ଟି ଏୟାକକ୍ରାଫ୍ଟ ଫାୟାରରେ ଫଶି ଯାଇଥିଲା। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଅନୁସାରେ ଜେଟ୍ କୁ ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା (ଏସଏଏମ) ମିଜାଇଲ ଦ୍ୱାରା ଟାର୍ଗେଟ୍ କରାଯାଇଥିଲା। ତେବେ ଚାଳକ ଦଳ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରିଥିଲେ ଓ ବିମାନର କୌଣସି କ୍ଷତି ହୋଇ ନାହିଁ ତଥା ମିସନ ଯୋଜନା ଅନୁସାରେ ପୁରଣ ହୋଇଛି।

ଏପର୍ଯ୍ୟନ୍ତ ନିର୍ବାଧରେ ଆକ୍ରମଣ କରୁଥିଲେ ଶତ୍ରୁ ବିମାନ
ରିପୋର୍ଟରେ ଏହା ବି କୁହାଯାଇଛି ଯେ ଇସ୍ରାଏଲର ପାଇଲଟ ଇରାନ ଟାର୍ଗେଟ୍ ର ଖୁବ୍ ନିକଟରେ ଥିଲେ। ତେବେ ପାଇଲଟଙ୍କ ସତର୍କତା ଓ ଅଭିଜ୍ଞତା କାରଣରୁ ବିମାନକୁ ସୁରକ୍ଷିତ ବାହାର କରିନେଇଛନ୍ତି କୌଣସି କ୍ଷତି ହୋଇ ନାହିଁ। ଏହା ଯୁଦ୍ଧରେ ଇସ୍ରାଏଲ ବାୟୁସେନା ଲାଗି ଇରାନ ଏୟାର ଡିଫେନ୍ସ ସିଷ୍ଟମର ବିପଦକୁ ଦର୍ଶାଇଛି। ଏ ପର୍ଯ୍ୟନ୍ତ ଇସ୍ରାଏଲ ଇରାନ ଉପରେ ଅନେକ ଆକ୍ରମଣ କଲାଣି, ହେଲେ ଇରାନ ପଟରୁ ଏହାକୁ ଆକାଶରେ ଚ୍ୟାଲେଞ୍ଜ କରାଯାଇ ପାରୁନଥିଲା। ହେଲେ ଏବେ ବିପଦ ଘନେଇଥିବା ଜଣାପଡୁଛି।

Also Read..
ଯୁଦ୍ଧରେ ଆମେରିକାର ଭୟଙ୍କର କ୍ଷତି, ଧ୍ୱଂସ ହୋଇଛି ୧୬ ଫାଇଟର୍ ଜେଟ୍

Scroll to Top