ଆମେରିକାକୁ କମୁଛି ଭାରତର ରପ୍ତାନୀ: ଅଗଷ୍ଟ ମାସରେ ସର୍ବାଧିକ ହ୍ରାସ, ସେପ୍ଟେମ୍ବରରେ ସ୍ଥିତି ଶୋଚନୀୟ

ଆମେରିକାକୁ-କମୁଛି-ଭାରତର-ରପ୍ତାନୀ:-ଅଗଷ୍ଟ-ମାସରେ-ସର୍ବାଧିକ-ହ୍ରାସ,-ସେପ୍ଟେମ୍ବରରେ-ସ୍ଥିତି-ଶୋଚନୀୟ

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ଶୁଳ୍କ ଲଗାଇବା ପରେ ଦୁଇ ଦେଶର ମଧ୍ୟରେ ବ୍ୟାପାର ବାଧାପ୍ରାପ୍ତ ହୋଇଛି। ଭାରତ ଆଉ ଆମେରିକାକୁ ରପ୍ତାନୀ କରିପାରୁ ନାହିଁ। ଲଗାତର ୩ ମାସ ହେଲାଣି ଆମେରିକାକୁ ଭାରତର ରପ୍ତାନୀ ହ୍ରାସ ହୋଇଛି। ଅଗଷ୍ଟ ମାସରେ ରପ୍ତାନି ୧୬.୩% ହ୍ରାସ ପାଇ ୬.୭ ବିଲିୟନ ଡଲାର ବା ୫୮,୮୧୬ କୋଟିରେ ପହଞ୍ଚିଛି। ଯାହା ୨୦୨୫ ମସିହାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ମାସିକ ହ୍ରାସ।

ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI)ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବଙ୍କ ମତରେ, ଭାରତର ରପ୍ତାନିରେ ଏହି ହ୍ରାସ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ୫୦% ଶୁଳ୍କର ପ୍ରଭାବ। ଯଦିଓ ଭାରତର ରପ୍ତାନିର ଏକ ତୃତୀୟାଂଶ, ଯେପରିକି ଔଷଧ ଏବଂ ସ୍ମାର୍ଟଫୋନ୍, ଶୁଳ୍କ ମୁକ୍ତ କରାଯାଇଛି ତେବେ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ଯଥେଷ୍ଟ ଚାପ ମଧ୍ୟରେ ଅଛନ୍ତି।

ଭାରତର ରପ୍ତାନି ଉପରେ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ସାଧାରଣ MFN (ମୋଷ୍ଟ ଫେଭର୍ଡ ନେସନ୍) ଶୁଳ୍କ ଲାଗୁ ହୋଇଥିଲା। ଆମେରିକା ଏପ୍ରିଲ ୫ ତାରିଖରେ ୧୦% ଶୁଳ୍କ ଲାଗୁ କରିଥିଲା, ଯାହା ଫଳରେ ଆମଦାନିକାରୀମାନେ ମେ ମାସରେ ଅଧିକ ଏବଂ ଶୀଘ୍ର କିଣିବାକୁ ଚେଷ୍ଟା କରିଥିଲେ। ଫଳରେ ରପ୍ତାନିରେ ବୃଦ୍ଧି ଘଟିଥିଲା।

ଏହି ସମୟରେ, ଜୁନ୍ ମାସରୁ ୧୦% ଶୁଳ୍କ ଏବଂ ଦେଶର ବିଶେଷ ଉପାୟ ନେଇ ଚର୍ଚ୍ଚା ଆଦି ଭାରତର ମୂଲ୍ୟ ପ୍ରତିଯୋଗିତାକୁ ପ୍ରଭାବିତ କରିଥିଲା। ଯାହା ଫଳରେ କ୍ରେତାମାନେ ଅନ୍ୟ ଯୋଗାଣକାରୀମାନଙ୍କ ଆଡ଼କୁ ଚାଲିଯାଇଥିଲେ। ସେହିପରି ଜୁଲାଇରେ ମଧ୍ୟ ରପ୍ତାନୀ ହ୍ରାସ ହୋଇଥିଲା। ଅଗଷ୍ଟରେ ପରିସ୍ଥିତି ଆହୁରି ଖରାପ ହୋଇଗଲା, ଯେତେବେଳେ ଅଗଷ୍ଟ ୭ ତାରିଖରେ ଶୁଳ୍କ ୨୫% ଏବଂ ଅଗଷ୍ଟ ୨୭ ତାରିଖରେ ୫୦% ବୃଦ୍ଧି ପାଇଲା, ସ୍ଥିତି ଆହୁରି ସଂଘାତିକ ହୋଇଗଲା।

GTRI କହିଛି ଯେ ରପ୍ତାନିକାରୀମାନଙ୍କୁ ଏଡଜେଷ୍ଟମେଣ୍ଟ ପାଇଁ ସୁଯୋଗ ଦିଆଗଲା ନାହିଁ। ଫଳରେ ଅଗଷ୍ଟ ମାସରେ ରପ୍ତାନୀର ସବୁଠାରୁ ବଡ଼ ହ୍ରାସ ଘଟିଲା। ତେବେ ୫୦% ଶୁଳ୍କର ସମ୍ପୂର୍ଣ୍ଣ ପ୍ରଭାବ ସେପ୍ଟେମ୍ବରରେ ଜଣାପଡ଼ିବ। ଏବଂ ରପ୍ତାନିରେ ହ୍ରାସ ଆହୁରି ଖରାପ ହୋଇପାରେ।

Scroll to Top