ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ବଡ଼ ଅଘଟଣ: ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା, ୯ ଜଣଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶର-ଶ୍ରୀକାକୁଲମରେ-ବଡ଼-ଅଘଟଣ:-ଭେଙ୍କଟେଶ୍ୱର-ସ୍ୱାମୀ-ମନ୍ଦିରରେ-ଦଳାଚକଟା,-୯-ଜଣଙ୍କ-ମୃତ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ବଡ଼ ଅଘଟଣ। କାସି ବୁଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ହେବାରୁ ଅତି କମରେ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଅନେକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ରହିଛି। ରିପୋର୍ଟ ଅନୁଯାୟୀ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି। କାର୍ତ୍ତିକ ମାସରେ ଏକାଦଶୀର ମନ୍ଦିର ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ଼ ଜମା ହୋଇଥିଲା।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମନ୍ଦିର ପରିସରରେ ପ୍ରବେଶ ଦ୍ୱାର ନିକଟରେ ହଠାତ୍ ଭିଡ଼ ବଢ଼ିଯାଇଥିଲାଫଳରେ ଦଳାଚକଟା ହୋଇଥିଲା। ସୂଚନା ମିଳିବା ମାତ୍ରେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଆହତମାନଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା କରାଯାଉଛି।

శ్రీకాకుళం జిల్లాలోని కాశీబుగ్గ వెంకటేశ్వర ఆలయంలో తొక్కిసలాట ఘటన కలచివేసింది. ఈ దురదృష్టకర ఘటనలో భక్తులు మరణించడం అత్యంత విషాదకరం. మృతుల కుటుంబాలకు ప్రగాఢ సానుభూతిని తెలియజేస్తున్నాను. గాయాల పాలైన వారికి మేలైన సత్వర చికిత్స అందించాలని అధికారులను ఆదేశించాను. ఘటనా స్థలానికి వెళ్లి…

— N Chandrababu Naidu (@ncbn) November 1, 2025

ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ।

Scroll to Top