ଆନନ୍ଦପୁର ୨୩।୯: ଜେଲ୍ରେ ବିଚାରାଧୀନ କଏଦୀର ମୃତ୍ୟୁ । ହତ୍ୟାକାଣ୍ଡ ମାମଲାରେ ଥିଲେ ଜେଲ୍ରେ । ଆନନ୍ଦପୁର ଉପ-କାରାଗାରରେ ଘଟିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପ-କାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି । ମୃତକ ହେଲେ ଅଭି ମଣ୍ଡା । ସେ ଏକ ହତ୍ୟାକାଣ୍ଡ ମାମଲାରେ ଗତ ୨୦୨୪ ମସିହା ମାର୍ଚ୍ଚ ମାସ ୨୪ ତାରିଖରୁ ବିଚାରାଧୀନ କଏଦୀ ଭାବେ ଜେଲ୍ରେ ରହିଥିଲେ ।
ମଙ୍ଗଳବାର ସକାଳୁ ଛାତିରେ ଯନ୍ତ୍ରଣା ହେବା ସହ ବାନ୍ତି କରିଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ସଙ୍ଗେ ସଙ୍ଗେ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ନେଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।




