ଆତଙ୍କୀ ଠିକଣା ଉପରେ ଆକ୍ରମଣ ପାଇଁ ମଧ୍ୟରାତ୍ରି ସମୟ କାହିଁକି ସ୍ଥିର କରାଗଲା; CDS କହିଲେ ପୂରା କାହାଣୀ

ଆତଙ୍କୀ-ଠିକଣା-ଉପରେ-ଆକ୍ରମଣ-ପାଇଁ-ମଧ୍ୟରାତ୍ରି-ସମୟ-କାହିଁକି-ସ୍ଥିର-କରାଗଲା;-cds-କହିଲେ-ପୂରା-କାହାଣୀ

ନୂଆଦିଲ୍ଲୀ: ପହଲାଗାମ ଆତଙ୍କୀ ଆକ୍ରମଣ ଜବାବରେ ଭାରତ କରିଥିବା ଅପରେସନ ସିନ୍ଦୂରକୁ ନେଇ ଆଜି ଯାଏ ଚର୍ଚ୍ଚା ଲାଗି ରହିଛି । ମାର୍ଚ୍ଚ ୭ରୁ ୧୦ ମଧ୍ୟରେ ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ପାକିସ୍ତାନକୁ ବଡ଼ ଆଘାତ ପହଞ୍ଚାଇଥିଲା । ପାକିସ୍ତାନରେ ଥିବା ଆତଙ୍କୀ ଠିକଣାଠାରୁ ଏୟାରବେସ୍ ଯାଏ ସବୁକିଛି ଧ୍ୱଂସ କରିଥିଲା । ଗୁରୁବାର ରାଞ୍ଚିରେ ସିଡିଏସ୍ ଅନିଲ ଚୌହାନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଆକ୍ରମଣ ପାଇଁ ମେ ୭ ରାତି କାହିଁକି ଚୟନ କରାଯାଇଥିବା ତାହା ଉପରୁ ପରଦା ହଟାଇଛନ୍ତି । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସେହି ରାତିର ପୂରା କାହାଣୀ କହିଛନ୍ତି ।

ସିଡିଏସ୍ ଅନିଲ ଚୌହାନ କହିଛନ୍ତି, ମେ ୭ରେ ଆମେ ଯେଉଁ ଆତଙ୍କବାଦୀ ଠିକଣା ଚିହ୍ନଟ କରିଥିଲୁ, ତାହା ଉପରେ ରାତି ୧ଟାରୁ ୧:୩୦ ମଧ୍ୟରେ ଆକ୍ରମଣ କରିଥିଲୁ । ଆମେ ରାତି ୧.୩୦ ମିନିଟରେ ହିଁ କାହିଁକି ଆକ୍ରମଣ କଲୁ ? ଏହା ସବୁଠାରୁ ଅନ୍ଧାର ସମୟ ହୋଇଥାଏ, ସେହି ସମୟରେ ସାଟେଲାଇଟ୍ ଚିତ୍ର, ଫଟୋ ଉଠାଇବା ଓ ପ୍ରମାଣ ଏକାଠି କରିବା ସବୁଠୁ କଷ୍ଟକର ହୋଇଥାଏ । ତଥାପି, ଆମେ ରାତି ୧-୧:୩୦ ମିନିଟ ମଧ୍ୟରେ ଆକ୍ରମଣ କରିଥିଲୁ । ଏପରି କରିବାର ଦୁଇଟି କାରଣ ଥିଲା ।

VIDEO | Ranchi, Jharkhand: “On the 7th (of May), the terrorist targets we had chosen, we struck them between 1:00 and 1:30 at night… Why did we strike at 1:30 at night? That is the darkest time, it would be the most difficult to get satellite images, photographs, and collect… pic.twitter.com/f8tfsa7rEo

— Press Trust of India (@PTI_News) September 18, 2025

ସେ କହିଛନ୍ତି, ପ୍ରଥମ ହେଉଛି, ଆମକୁ ଆମ କ୍ଷମତା ଉପରେ ପୂରା ଭରସା ଥିଲା ଯେ ଆମେ ରାତିରେ ବି ଚିତ୍ର (ଇମେଜରୀ) ନେଇ ପାରିବୁ । ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା ନାଗରିକଙ୍କୁ ଯେକୌଣସି ପ୍ରକାର ବିପଦରୁ ରକ୍ଷା କରିବାରୁ ଚାହୁଁଥିଲୁ । ଆକ୍ରମଣ କରିବାର ସର୍ବୋତ୍ତମ ସମୟ ହେଉଛି ସକାଳ ୫:୩୦ରୁ ୬ଟା ମଧ୍ୟରେ, କିନ୍ତୁ ସେହି ସମୟରେ ପ୍ରଥମ ଅଜାନ ବା ପ୍ରଥମ ନମାଜ ହୋଇଥାଏ । ବହାବଲପୁର ଓ ମୁରୀଦକେରେ ସେହି ସମୟରେ ଅଧିକ ଲୋକ ଏକାଠି ହୋଇଥାନ୍ତି । ନାଗରିକଙ୍କ ସୁରକ୍ଷା ପାଇଁ ଆମେ ରାତି ୧ରୁ ୧:୩୦ ମଧ୍ୟରେ ଆକ୍ରମଣ ପାଇଁ ସମୟ ବାଛିଥିଲୁ ।

Scroll to Top