ଆଠଗଡ଼ରେ ବିଜେଡିକୁ ଝଟ୍କା : ବିଜେପିରେ ମିଶିଲେ ପୂର୍ବତନ ସରପଞ୍ଚ ଓ ଓ୍ବାର୍ଡ ମେମ୍ବରଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କର୍ମୀ
Published By: Ruby – Prameya-News7 Bureau | October 18, 2025 11:01 AM
NEWS7
ଆଠଗଡ଼ ୧୮।୧୦: ବିଜେପିର ମିଶ୍ରଣ ପର୍ବ । ଆଠଗଡ଼ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଲକ୍ ଅନ୍ତର୍ଗତ ହାଟମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ, ୱାର୍ଡ ମେମ୍ବରଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ମାନେ ଦଳ ପରିତ୍ୟାଗ କରି ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଉପରେ ଭରସା କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକର୍ତ୍ତା ମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି । ଏହି କାର୍ଯ୍ୟକର୍ତ୍ତା ମାନଙ୍କ ଯୋଗଦାନରେ ଆଗାମୀ ଦିନରେ ବିଜେପିକୁ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ସୁଦୃଢ଼ କରିବ ବୋଲି ବିଜେପି ନେତା କହିଛନ୍ତି ।




