ଆଜି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢ଼ୁଆଁ ହେବେ ମହାପ୍ରଭୁ

ଆଜି-ପ୍ରଥମାଷ୍ଟମୀ,-ଶ୍ରୀମନ୍ଦିରରେ-ପୋଢ଼ୁଆଁ-ହେବେ-ମହାପ୍ରଭୁ

ଆଜି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢ଼ୁଆଁ ହେବେ ମହାପ୍ରଭୁ

Published By: Kirti – Prameya-News7 Bureau | November 12, 2025 09:03 AM

NEWS7

puri

ପୁରୀ ୧୨।୧୧ : ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପୋଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ତେବେ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡ ନାଥ। ସେ ହେଉଛନ୍ତି ବଡ଼ ଠାକୁର। ବଡ଼ ଠାକୁର ହିସାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପଢ଼ୁଆଁ କରାଯାଇଥାଏ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢ଼ି ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢିବା ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ସହ ବିଭିନ୍ନ ଅଳଙ୍କାର ଲାଗି ହେବେ। ଏହାପରେ ସ୍ୱତନ୍ତ୍ର ବନ୍ଦାପନା ପରେ ମଧ୍ୟାହ୍ନ ଧୂପ ବଢ଼ି ମହାପ୍ରଭୁଙ୍କୁ ପୋଢ଼ୁଆଁ କରାଯିବ।

Scroll to Top