ଆଗକୁ ଆସୁଛି ଭୟଙ୍କର ସ୍ଥିତି, ୨୬% ବଢ଼ିଗଲାଣି ଚାଉଳ ଦର, ଯୁଦ୍ଧ ଶୀଘ୍ର ଶେଷ ନହେଲେ ହାହାକାର ସ୍ଥିତି

ଆଗକୁ-ଆସୁଛି-ଭୟଙ୍କର-ସ୍ଥିତି,-୨୬%-ବଢ଼ିଗଲାଣି-ଚାଉଳ-ଦର,-ଯୁଦ୍ଧ-ଶୀଘ୍ର-ଶେଷ-ନହେଲେ-ହାହାକାର-ସ୍ଥିତି

ଆଗକୁ ଆସୁଛି ଭୟଙ୍କର ସ୍ଥିତି, ୨୬% ବଢ଼ିଗଲାଣି ଚାଉଳ ଦର, ଯୁଦ୍ଧ ଶୀଘ୍ର ଶେଷ ନହେଲେ ହାହାକାର ସ୍ଥିତି

Published By: Chandan – Prameya-News7 Bureau | June 05, 2026 08:01 AM

NEWS7

Rice Price Increase

ନୂଆଦିଲ୍ଲୀ: ୩ ମାସ ବିତିଲାଣି। ଇରାନ ଯୁଦ୍ଧ ଥମିବାରେ ନାଁ ନେଉନି। ହର୍ମୁଜ ପଥରେ ଜାହାଜ ଚଳାଚଳ ଠପ୍ ପଡ଼ିଛି। ଇରାନ ମଧ୍ୟ ବାବ ଅଲ୍ ମଦେବକୁ ବନ୍ଦ କରିବାକୁ ଧମକ ଦେଇଛି। ଏହା ଲୋହିତ ସାଗରକୁ ଗଲ୍ଫ ଅଫ୍ ଅଦେନ୍ ସହ ଯୋଡ଼ିଥାଏ। ୟୁରୋପ ଏବଂ ଏସିଆ ମଧ୍ୟରେ ବ୍ୟାପାରର ଏହା ମୁଖ୍ୟ ରାସ୍ତା। ଏଭଳି ସ୍ଥିତିରେ ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ।

ଇରାନ ଯୁଦ୍ଧ ଯୋଗୁ ବିଶ୍ବରେ ତେଲ, ଗ୍ୟାସ ଏବଂ ସାର ଯୋଗାଣ ସଂକୁଚିତ ହୋଇଛି। ଦରଦାମ ସ୍ଥିତି ଉତ୍କଟ। ଫଳରେ ବିଶ୍ଵର ଅଧା ଲୋକ ଭୋକରେ ମୃତ୍ୟୁବରଣ କରିବାର ସ୍ଥିତି ଉପୁଜିଥିବା କୁହନ୍ତି ବିଶେଷଜ୍ଞ। ଇରାନ ଯୁଦ୍ଧ ପରେ ସାର ଦରରେ ୫୦% ବୃଦ୍ଧି ଘଟିଛି। ଏହାର ସିଧା ପ୍ରଭାବ ଖାଦ୍ୟପାନୀୟ ସାମଗ୍ରୀ ବିଶେଷ କରି ଚାଉଳରେ ଦେଖିବାକୁ ମିଳୁଛି।

ମେ’ରେ ଏସୀୟ ବେଜ୍ମାର୍କ ଥାଇଲାଣ୍ଡ ହ୍ଵାଇଟ୍ ରାଇସ୍ ଦରରେ ୨୦ % ବୃଦ୍ଧି ଘଟିଛି। ଏପ୍ରିଲରେ ଏହା ୨୬% ବଢ଼ିଥିଲା। ଏହାର ଦର ଟନ୍ ପିଛା ୪୮୦ ଡଲାରରେ ପହଞ୍ଚିଛି। ଏହିଭଳି ଭାବେ ସିକାଗୋ ରାଇସ୍ ଫ୍ୟୁଚର୍ସ ବି ଗତ ମାସ ୧୫% ବୃଦ୍ଧି ପାଇଛି। ବିଶ୍ଵର ଅଧା ଜନସଂଖ୍ୟା ଅର୍ଥାତ୍ ୩୫୦ରୁ ୪୦୦ କୋଟି ଲୋକଙ୍କ ମୁଖ୍ୟ ଆହାର ହେଉଛି ଚାଉଳ।

ଧାନ ଫସଲରେ ସାରର ଅଧିକ ବ୍ୟବହାର ହୋଇଥାଏ କିନ୍ତୁ ଆଗକୁ ସାର ଦରରେ କୌଣସି ହ୍ରାସ ସମ୍ଭାବନା ନାହିଁ । ସାର ଦର ଆହୁରି ବଢ଼ିପାରେ। ସାର ବିପତ୍ତିର ସମାଧାନ ନ ହେଲେ ଆଗକୁ ବଡ଼ କ୍ଷୁଧା ସମସ୍ୟା ଉପୁଯିବ ବୋଲି ଆଶଙ୍କା କରାଯାଇଛି।

Scroll to Top