ଆକ୍ରମଣ କଲା ଭୂଇଁରୋଳ ପୋକ : ଚାଲିଗଲା ପୂଜକଙ୍କ ଜୀବନ

ଆକ୍ରମଣ-କଲା-ଭୂଇଁରୋଳ-ପୋକ-:-ଚାଲିଗଲା-ପୂଜକଙ୍କ-ଜୀବନ

ଆକ୍ରମଣ କଲା ଭୂଇଁରୋଳ ପୋକ : ଚାଲିଗଲା ପୂଜକଙ୍କ ଜୀବନ

Published By : Prameya-News7 Bureau | August 08, 2025 IST

ଭଦ୍ରକ ୮।୮: ରାସ୍ତାରେ ଆକ୍ରମଣ କଲେ ଭୂଇଁରୋଳ ପୋକ । ଚାଲିଗଲା ପୂଜକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଓଲଙ୍ଗ ପଞ୍ଚାୟତ ଅଞ୍ଚଳରେ । 

ସୂଚନାଯୋଗ୍ୟ ଯେ, ଓଲଙ୍ଗ ଶାସନ ଗ୍ରାମର ପୂଜକ ରାମଚନ୍ଦ୍ର ପଣ୍ଡା ଗୁରୁବାର ମନ୍ଦିର ପୂଜା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଭୂଇଁରୋଳ ପୋକ ଆକ୍ରମଣ କରିଥିଲେ । ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବରପଦା ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ସକାଳୁ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୋଲିସ ଶବ ବ୍ୟବଚ୍ଛେଦ କରାଇଛି ।

You Can Read:

ପୁରୀରେ ପୁଣି ଫୁଟିଲା ବୋମା, ଜାଗାଘର ଉପରକୁ ୨ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top