ଆଉ ଦୁନିଆରେ ନାହାନ୍ତି ଅଭିନେତା ଅସରାନୀ, ୮୪ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ

ଆଉ-ଦୁନିଆରେ-ନାହାନ୍ତି-ଅଭିନେତା-ଅସରାନୀ,-୮୪-ବର୍ଷ-ବୟସରେ-ଶେଷ-ନିଃଶ୍ଵାସ-ତ୍ୟାଗ

ମୁମ୍ବାଇ: ଦୀପାବଳି ପର୍ବକୁ ନେଇ ପୂରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ବଲିଉଡ ଜଗତରୁ ଆସିଛି ଦୁଃଖଦ ଖବର। ଖ୍ୟାତାନାମା ଅଭିନେତା ଶ୍ରୀଗୋବର୍ଦ୍ଧନ ଅସରାନୀଙ୍କ ପରଲୋକ ଘଟିଛି। ୮୪ ବର୍ଷ ବୟସରେ ସୋମବାର ଅପରାହ୍ଣ ୪ଟାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ପୁତୁରା ଅଶୋକ ଅସରାନୀ ତାଙ୍କ ନିଧନ ଖବର ବିଷୟରେ ସୂଚନା ଦେଇଛନ୍ତି। ହିନ୍ଦୀ ସିନେମାରେ ଅସରାନୀଙ୍କ ବଡ଼ ଯୋଗଦାନ ଦେଇଛନ୍ତି। ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି, ଯାହା ଆଜି ବି ଦର୍ଶକ ହୃଦୟରେ ରହିଛି। ​​​​​​​

ଅସରାନୀ ପାଞ୍ଚ ଦଶନ୍ଧି ପର୍ଯ୍ୟନ୍ତ ଫିଲ୍ମ ଜଗତରେ କାମ କରିଛନ୍ତି। ସେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର କମେଡି ଓ ଚିତ୍ତାକର୍ଷକ ଅଭିନୟ ପ୍ରତିଟି ବଡ଼ ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା। ୧୯୭୦ରେ ଅସରାନୀଙ୍କୁ ସବୁଠୁ ଅଧିକ ଲୋକପ୍ରିୟତା ମିଳିଥିଲା। ତାଙ୍କର ଅନେକ ସଫଳ ଫିଲ୍ମରେ ମେରେ ଅପନେ କୌଶିକ, ବାବର୍ଚି, ପରିଚୟ, ଅଭିମାନ, ଚୁପକେ-ଚୁପକେ, ଛୋଟି ସି ବାତ, ରଫୁ ଚକ୍କର ଓ ବ୍ଲକବଷ୍ଟର ଫିଲ୍ମ ଶୋଲେ ସାମିଲ୍। ତାଙ୍କର ଅଭିନୟ ଏତେ ଜୀବନ୍ତ ଏବଂ ମନୋହର ଥିଲା ଯେ, ପ୍ରଶଂସକ ଓ ସିନେ ସମୀକ୍ଷକ ଭୁରି ଭୁରି ପ୍ରଶଂସା କରୁଥିଲେ।

ଅସରାନୀ ଅନେକ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ସେ ଚଲା ମୁରାରୀ ହିରୋ ବନନେ, ସଲାବ ମେମସାବ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଗୁଜରାଟି ସିନେମାରେ ମଧ୍ୟ ସେ ନିଜସ୍ଵ ଛାପ ଛାଡ଼ିଛନ୍ତି। ​​​​​​​

Scroll to Top