ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା, ବୁଧବାର ପରିବର୍ତ୍ତେ ଗୁରୁବାର ହେବ ଶେଷ

ଆଉ-ଗୋଟିଏ-ଦିନ-ବଢ଼ିଲା-ଐତିହାସିକ-କଟକ-ବାଲିଯାତ୍ରା,-ବୁଧବାର-ପରିବର୍ତ୍ତେ-ଗୁରୁବାର-ହେବ-ଶେଷ

ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା, ବୁଧବାର ପରିବର୍ତ୍ତେ ଗୁରୁବାର ହେବ ଶେଷ

Published By: Ruby – Prameya-News7 Bureau | November 12, 2025 12:59 PM

NEWS7

Cuttack Bali Yatra

ଭୁବନେଶ୍ବର ୧୧:ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି । ବାଲିଯାତ୍ରା ଅବଧି ଆଉ ଗୋଟିଏ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଫଳରେ ନଭେମ୍ବର ୧୨ ତାରିଖ ଅର୍ଥାତ ବୁଧବାର ଶେଷ ହେବାକୁ ଥିବା କଟକ ବାଲିଯାତ୍ରା ନଭେମ୍ବର ୧୩ ତାରିଖ ଅର୍ଥାତ ଗୁରୁବାର ଉଦ୍‌ଯାପିତ ହେବ । ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି ।

Scroll to Top