ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଅଦାଲତ ଅବମାନନା ମାମଲାରୁ ବର୍ତ୍ତିଲେ ବ୍ରହ୍ମପୁର ଏସପି
Published By: Kirti – Prameya-News7 Bureau | November 11, 2025 12:30 PM
NEWS7
କଟକ ୧୧।୧୧ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଅଦାଲତ ଅବମାନନା ମାମଲାରୁ ବର୍ତ୍ତିଲେ ବ୍ରହ୍ମପୁର ଏସ ପି । ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ବ୍ରହ୍ମପୁର ଏସ୍ ପି । ହାଇକୋର୍ଟରେ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ବ୍ରହ୍ମପୁର ଏସପି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇଥିଲେ । ଆଜି ହାଇକୋର୍ଟରେ ବ୍ରହ୍ମପୁର ଏସ ପି ହାଜର ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି । ପୂର୍ବ ନିର୍ଦେଶ ମୁତାବକ ଆଜି ବ୍ରହ୍ମପୁର ଏସ ପି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଗତ ଶୁକ୍ରବାର ଏସପି ନିଜର ଲିଖିତ ଜବାବ ହାଇକୋର୍ଟରେ ଦାଖଲ କରିଥିଲେ। ଯାହାକୁ ହାଇକୋର୍ଟ ଆଗ୍ରହ୍ୟ କରିବା ସହିତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାନୁଯାୟୀ, ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପି ଗଣମାଧ୍ୟମକୁ ଦେଇଥିବା ଏକ ବୟାନକୁ ନେଇ ହାଇକୋର୍ଟ ଆପତ୍ତି ଉଠାଇଥିଲେ। ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ହାଇକୋର୍ଟ ବ୍ରହ୍ମପୁର ଏସପିଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ବିବାଦୀୟ ବୟାନ ପାଇଁ ଏସପି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଅଦାଲତ ଅବମାନନା ମାମଲା ନଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।




